ଶବ୍ଦକୋଷ ଏବଂ ପାରିଭାଷିକ ଶବ୍ଦାବଳୀ ଡାଟାବେସ୍

ଶବ୍ଦକୋଷ ଏବଂ ପାରିଭାଷିକ ଶବ୍ଦାବଳୀ ଡାଟାବେସ୍, ବ୍ୟବହାରକାରୀକୁ ଏକଭାଷୀ, ଦ୍ୱିଭାଷୀ ଏବଂ ବହୁଭାଷୀ ଶବ୍ଦକୋଷ ଏବଂ ବିଭିନ୍ନ ବିଷୟର ପାରିଭାଷିକ ଶବ୍ଦାବଳୀ, ଥେସରୀ ବିଷୟରେ ବିସ୍ତୃତ ତଥ୍ୟ ଯୋଗାଏ | ଏକ ସୀମିତ ସମୟ ମଧ୍ୟରେ ଏନଟିଏମ୍ ର ନିର୍ଦ୍ଧାରିତ କାର୍ଯ୍ୟକୁ ପୂରା କରିବାକୁ, ଜ୍ଞାନ ସମ୍ବିଳିତ ପାଠ୍ୟର ଅନୁବାଦକମାନେ ଉତ୍କୃଷ୍ଟ ଦ୍ୱିଭାଷୀ ଶବ୍ଦକୋଷ ଏବଂ ବିଷୟଗତ ପାରିଭାଷିକ ଶବ୍ଦାବଳୀ ନିଶ୍ଚୟ ଦରକାର କରିବେ, ମାନକ ଶବ୍ଦାବଳୀ ବ୍ୟବହାର କରିବା ପାଇଁ ଏହି ପାଠ୍ୟ ଅନ୍ତର୍ଗତ ପାରିଭାଷିକ ଶବ୍ଦାବଳୀ ଅନୁବାଦକମାନଙ୍କୁ ସାହାଯ୍ୟ କରିବ |