ଉତ୍ପତ୍ତି

ରାଷ୍ଟ୍ରୀୟ ଅନୁବାଦ ମିଶନ୍ ର ଧାରଣା ଭାରତର ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କଠାରୁ ହିଁ ଆସିଥିଲା | ରାଷ୍ଟ୍ରୀୟ ଜ୍ଞାନ ଆୟୋଗର ପ୍ରଥମ ସଭାରେ, ସେ ଅନୁବାଦିତ ବିଷୟ ଗୁଡିକର ଲଭ୍ୟ କେତେଗୁଡିଏ ଗୁରୁତ୍ୱପୂର୍ଣ କ୍ଷେତ୍ରରେ ଜ୍ଞାନର ପହଂଚକୁ ବଢାଇବା ପାଇଁ ଅନୁବାଦ କେତେଯେ ଗୁରୁତ୍ୱପୂର୍ଣ ତାହା କହିଥିଲେ.ଶିକ୍ଷା ଏବଂ ନିରନ୍ତର ଶିକ୍ଷଣରେ ଲୋକମାନଙ୍କ ଯୋଗଦାନର ବିସ୍ତୃତିକରଣ ଏବଂ ଦୃଢୀକରଣ ବିଷୟରେ ମଧ୍ୟ ସେ କହିଥିଲେ | ଏହି ଆୟୋଗରେ ଶ୍ରୀ ଶାମ ପିତ୍ରୋଦା ସଭାପତିତ୍ୱକରି ଏହା ଅନୁଭବ କରିଥିଲେ ଯେ ଭାରତର ଶିକ୍ଷାରେ ଅନୁବାଦକୁ ପ୍ରୋତ୍ସାହନ ଦେବାପାଇଁ ଏକ ଅଲଗା ମିଶନ୍ ବା ସଂସ୍ଥା ଆବଶ୍ୟକ |

ଯେବେ ଭାରତରେ ଅନୁବାଦ ଏକ ଚଳନ୍ତି ପ୍ରକ୍ରିୟା ଅଟେ,ଏହା ଉପରେ ଲୋକଙ୍କ ହସ୍ତକ୍ଷେପର ଆବଶ୍ୟକତା ଦେଶରେ ଅନୁବାଦକାର୍ଯ୍ୟରେ ଅସମତା ଓ ଅସାମଞସ୍ୟତା ରୁ ହିଁ ଆସେ, ଅସମତା ବିଭିନ୍ନ ଶାଖା ଏବଂବିଭିନ୍ନ ଭାଷାରୁ ଆସେ, ଗୁଣ, ବଣ୍ଟନ ଏବଂ ପହଂଚ ମଧ୍ୟ ଅସମତା ଆଣିଥାଏ.ସାହିତ୍ୟ,ବିଜ୍ଞାନ,ପ୍ରୟୋଗାତ୍ମକ ବିଜ୍ଞାନ,ସାମାଜିକ ବିଜ୍ଞାନ,ଆଇନ,ଚିକିର୍ତ୍ସା ଶାସ୍ତ୍ର,ବୈଷୟିକ ବିଦ୍ୟା,ପରିଚାଳନା ବିଦ୍ୟା ଆଦିରେ ଅନୁବାଦର ଏକ ଅପରିଚିତ ମାଗଣ ରହିଛି |ଅନୁବାଦ କାର୍ଯ୍ୟ ମଧ୍ୟ ସୃଷ୍ଟି କରିପାରେ ପ୍ରତ୍ୟକ୍ଷ ଏବଂପରୋକ୍ଷ ନିଯୁକ୍ତି, ଏହିରୁପେ ଶିକ୍ଷିତ ନିଯୁକ୍ତିବିହୀନ ଲୋକ ଅନୁବାଦ ପାଇଁ ଉତ୍ସାହିତ ହେବାସହ ନିଜପାଇଁ ଏକ ଲାଭଦାୟକ ବୃତ୍ତି ଖୋଜିପାଇବ |

ଅନୁବାଦ ଦ୍ୱାରା ଜ୍ଞାନସମାଜର ଗଠନ ଏବଂ ମାନବ ସମ୍ବଳର ବିକାଶର ସଚେତନତା ହିଁ ଏନ.କେ.ସିକୁ ଉତ୍ସାହ ଦେଇଥିଲା ପ୍ରଫେସର୍ ଜୟାତୀ ଘୋଷ୍ଙ୍କ ନେତୃତ୍ୱରେ ଏକ କାର୍ଯ୍ୟକାରିଣୀ ଦଳ ଗଠନପାଇଁ ଯାହା ବିଭିନ୍ନ ସଂସ୍ଥା ଏବଂ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଅନୁବାଦକାର୍ଯ୍ୟ,ତାର ପ୍ରକାଶନ ଏବଂ ପ୍ରଚାର ପାଇଁ ଏକଜୁଟ୍ କରିବ | ଏହି କାର୍ଯ୍ୟକାରିଣୀ ଦଳରେ ସରକାରଙ୍କ ପ୍ରତିନିଧି, ଅର୍ଦ୍ଧସରକାରୀ ସଂସ୍ଥାର ପ୍ରତିନିଧି, ଭାଷାବିତ୍, ଅନୁବାଦକ, ଶିକ୍ଷାବିଜ୍ଞାନୀ, ପ୍ରକାଶକ ଏବଂ ଅନୁବାଦକାର୍ଯ୍ୟରେ ସଂଯୁକ୍ତଥିବା ବ୍ୟକ୍ତିବିଶେଷ ଅନ୍ତର୍ଭୁକ୍ତ ଥିଲେ | ଏହି ଦଳର ବୈଠକ ଫେବୃୟାରୀ ୨୦୦୬ ରେ ଦିଲ୍ଲୀରେ ବସିଥିଲା, ଏବଂ ଅନୁବାଦ ମିଶନ୍ ର ବିସ୍ତୃତ ପରିସର ବିଷୟରେ ପ୍ରଫେସର୍ ଉଦୟ ନାରାୟଣ ସିଂହ, ପୂର୍ବତନ ନିର୍ଦ୍ଦେଶକ, ଭାରତୀୟ ଭାଷା ସଂସ୍ଥା ବର୍ଣ୍ଣନା କରିଥିଲେ |