ପ୍ରକଳ୍ପ କୌଶଳ

ମୁଖ୍ୟକାର୍ଯ୍ୟ ଏବଂକାର୍ଯ୍ୟକ୍ରମକୁ ଆଧାରକରି ସଂପୂର୍ଣ୍ଣ ମିଶନ୍ କୁ ବିଭକ୍ତ କରାଯାଇପାରେ ଯାହାକି ପ୍ରକଳ୍ପର କୌଶଳରୂପେ ନିମ୍ନରେ ବର୍ଣ୍ଣିତ:
  » ସମସ୍ତ ସ୍ୱୀକୃତ ଭାରତୀୟ ଭାଷାରେ ପାରିଭାଷିକ ଏବଂ ବୈଜ୍ଞାନିକ ଶବ୍ଦାବଳୀର ଗଠନ ପାଇଁ ବୈଜ୍ଞାନିକ ଏବଂ ପାରିଭାଷିକ ଶବ୍ଦାବଳୀ ଆୟୋଗକୁ ସାହାଯ୍ୟ ଏବଂ ପରାମର୍ଶ ଦେବା ଏହି ଲକ୍ଷ୍ୟ ଉଦ୍ଦେଶ୍ୟରେ ବୈଜ୍ଞାନିକ ଏବଂ ପାରିଭାଷିକ ଶବ୍ଦାବଳୀର ଆୟୋଗ ନେଉଥିବ.ଏହି ଆୟୋଗର ମୁଖ୍ୟକାର୍ଯ୍ୟ ହେଉଛି ଉଭୟ ହିନ୍ଦି ଏବଂ ଆଧୁନିକ ଭାରତୀୟ ଭାଷାଗୁଡିକରେ ବୈଜ୍ଞାନିକ ଏବଂ ପାରିଭାଷିକ ଶବ୍ଦର ସୃଷ୍ଟି ଏବଂ ସଂଜ୍ଞାକରଣ,ଏ କ୍ଷେତ୍ରରେ ଏହା ମୁଖ୍ୟଭୂମିକା ଗ୍ରହଣ କରିବ.ସେମାନଙ୍କ କାର୍ଯ୍ୟର ଫଳାଫଳ ଏନ୍.ଟି.ଏମ୍ ର ଅନୁବାଦଗୁଡିକୁ ନିଶ୍ଚୟ ଖୋରାକ୍ ଯୋଗାଇବ.ଅନ୍ୟ ପକ୍ଷରେ ଏନ୍.ଟି.ଏମ୍ ବାଇଶିଟି ଭାରତୀୟ ଭାଷାରେ ପାରିଭାଷିକ ଶବ୍ଦାବଳୀର ଗଠନ ପାଇଁ ସି.ଏସ୍.ଟି.ଟି ର ଉଦ୍ୟମକୁ ଦୃଢ କରିବ ଫଳତଃ ଜ୍ଞାନ ସମ୍ବଳିତ ପାଠ୍ୟଗୁଡିକର ଅନୁବାଦ ଶୀଘ୍ର ହେବ.ଏନ୍.ଟି.ଏମ୍, ସି.ଡେକ୍ ଏବଂ ସି.ଆଇ.ଆଇ.ଏଲ୍ ସହ ବାଇଶଟି ଭାରତୀୟ ଭାଷାରେ ଏହି ଶବ୍ଦାବଳୀର ଅନ୍ଲାଇନ୍ ଉପଲବ୍ଧ କରିବା ପାଇଁ କାର୍ଯ୍ୟ କରିବ.
  » ଇ- ଅଭିଧାନ/ଥେସୌରିର ପ୍ରସ୍ତୁତି ନିଜେ ପ୍ରସ୍ତୁତ କରିବା ବା ଅନ୍ୟ କାହାଠୁଁ ପ୍ରସ୍ତୁତ କରାଇବା.
  » ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡିକରେ ଶିକ୍ଷାଦାନ ଦିଆଯାଉଥିବା ସବୁ ଶାଖାଗୁଡିକରେ ଜ୍ଞାନସମ୍ବଳୀତ ଅନୁବାଦଗୁଡିକର ପ୍ରକାଶନ ଯାହା ଏକାଦଶ ଯୋଜନାରେ ୭୦ଟି ଶାଖାରେ ୧୭୬୦ ଜ୍ଞାନସମ୍ବଳିତ ପାଠ୍ୟ ଅନ୍ତର୍ଭୁକ୍ତ କରିବ(ପ୍ରାରମ୍ଭରେ ୪୨ଟି ଶାଖାକୁ ଦୃଷ୍ଟି ଦିଆଯିବ).ଏଠାରେ ଏହା ଉଲ୍ଲେଖ କରାଯାଇପାରେ ଯେ ବାର କ୍ଲାସ୍ ପର୍ଯ୍ୟନ୍ତ ଏନ୍.ସି.ଇ.ଆର୍.ଟି. ପାଠ୍ୟଗୁଡିକୁ ହିନ୍ଦି ଏବଂ ଉର୍ଦ୍ଦୁ ରେ ଅନୁବାଦ କରିଛି.ଯେତେବେଳେ ଏହି ପ୍ରକ୍ରିୟା ଆରମ୍ଭ ହୋଇଯିବ ସେତେବେଳେ ପ୍ରକଳ୍ପରେ ଅନୁବାଦ ଏବଂ ପ୍ରକାଶନର ଲକ୍ଷ୍ୟ ବଢେଇ ଦିଆଯିବ ଏବଂ ଆନୁମାନିକ ଭାବେ ଅନ୍ତିମରେ ପ୍ରତିଯୋଜନାରେ ଏହାର ସଂଖ୍ୟା ୮,୮୦୦ ପର୍ଯ୍ୟନ୍ତ ପହଞ୍ଚି ପାରିବ.
  » ଅନୁବାଦ ପତ୍ରିକା ବା ଅନୁବାଦ ସମ୍ବନ୍ଧିତ ପାଠ୍ୟଗୁଡିକର ପ୍ରକାଶନ ଏବଂ ଭାରତୀୟ ଭାଷାରେ ବିଶ୍ଲେଷଣ ଇତ୍ୟାଦି ପାଇଁ ଆର୍ଥିକ ସହାୟତା.
  » ଲେଖକ ବା ଅନୁବାଦକମାନଙ୍କ ଆଇ.ପି.ଆର୍/ କପିରାଇଟ୍ ଫିଜ୍ ପାଇଁ ଆର୍ଥିକ ସହାୟତା.
  » ଅନୁବାଦ ପ୍ରଶିକ୍ଷଣ ଏବଂ ବିଭିନ୍ନ ସ୍ତରରେ ସ୍ୱୀକୃତିକରଣ ପାଇଁ ଅନୁଦାନ ସହାୟତା.
  » ପ୍ରାକୃତିକ ଭାଷା ପ୍ରୋସେସିଂ ବା ଅନୁବାଦ ସମ୍ବନ୍ଧିତ ପ୍ରାକୃତିକ ଭାଷା ପ୍ରୋସେସିଂ ପାଇଁ ଅନୁଦାନ ସହାୟତା.
  » ଅନୁବାଦ ଉପରେ ଡିପ୍ଲୋମା,ଡିଗ୍ରୀ ଦେଉଥିବା ବିଶ୍ୱବିଦ୍ୟାଳୟର ବିଭାଗଗୁଡିକୁ ଅନୁଦାନ ସହାୟତା.

ଅନ୍ତିମରେ ଏସବୁ ସମ୍ଭବ ହେବ ଯଦି ଏନ୍.ଟି.ଏମ୍ ଭିତରେ ଏସବୁକୁ ଯତ୍ନପୂର୍ବକ ରଖାଯିବ କିନ୍ତୁ ଯଦି ମିଶନ୍ ନିମ୍ନ ଲିଖିତ ମୁଖ୍ୟ ଲକ୍ଷ୍ୟଗୁଡିକ ଉପରେ ଗୁରୁତ୍ୱ ଦିଏ-:
  » ବିଭିନ୍ନ କ୍ଷେତ୍ରରେ ଏବଂ ବିଭିନ୍ନ ଦକ୍ଷତା ଏବଂ ଯୋଗ୍ୟତାସମ୍ପନ୍ନ ଅନୁବାଦକମାନଙ୍କ ଏକ ଗଚ୍ଛିତ ତଥ୍ୟ ପଞିକାର ସୃଷ୍ଟି.ଏହି ଗଚ୍ଛିତ ପଞିକା ଅନ୍ଲାଇନ୍ ରେ ଉପଲବ୍ଧ ହେବ ଏବଂ ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ଏନ୍.ଟି.ଏମ୍ କୁ ଯୋଗାଯୋଗ କରିବା ଦ୍ୱାରା ମଧ୍ୟ ଉପଲବ୍ଧ ହେବ.
  » କ୍ଷେତ୍ରାନୁଯାୟୀ ଭାଗକରି ନୂଆତାଲିକାଗୁଡିକ ଶିକ୍ଷାନୁଷ୍ଠାନ ଏବଂ ପାଠାଗାର ନେଟ୍ୱାର୍କଗୁଡିକୁ ପଠାଇ ତଥ୍ୟ ପଞିକା ଏବଂ ବିଭିନ୍ମ କାର୍ଯ୍ୟରେ ଥିବା ଅନୁବାଦଗୁଡିକର ଟୀକାଯୁକ୍ତ ବ୍ୟାଖ୍ୟା ର ତାଲିକା ର ସର୍ଜନା
  » ଅନୁବାଦକମାନଙ୍କ ପାଇଁ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
  » ଉଚ୍ଚମାନର ଅନୁବାଦର ପ୍ରୋତ୍ସାହନ ଏବଂ ପ୍ରଚାର ପ୍ରସାର.
  » ମେସିନ୍ ଟ୍ରାନ୍ସଲେସନର ପ୍ରୋତ୍ସାହନ.

ନିମ୍ନରେ କେତେଗୁଡିଏ ପତ୍ରପତ୍ରିକାର ନାମ ଦିଆଯାଇଛି ଯାହା ସହାୟତା ପାଇଁ ଯୋଗ୍ୟ ହୋଇପାରିବ ଏବଂ ପ୍ରକଳ୍ପ ସ୍ୱୀକୃତି ପାଇବା ପରେ ଏହାକୁ ବୃଦ୍ଧିକରାଯାଇପାରିବ.
 
ଅନୁବାଦ ପାଇଁ ପତ୍ରପତ୍ରିକା
(Worth supporting under the proposed NTM)

ଆସାମୀୟ
୧. ଗରିୟସୀ(ସଂପାଦକ ହରେକୃଷ୍ଣ ଡେକା)
୨. ପ୍ରାନ୍ତିକ(ସଂପାଦକ ପି.ଜି. ବରୁଆ)
୩. ଅନୁରାଧ୍ ପରମ୍ପରା (ସଂପାଦକ ପି.ଠାକୁର)

ବାଂଲା/ବେଙ୍ଗଲୀ
୪. ଅନୁବାଦ ପତ୍ରିକା
୫. ଭାଷାନଗର
୬. ଭାଷାବନ୍ଧନ
୭. ଏବଂ ମୁସୈରା(ପ୍ରବନ୍ଧ ସଂକଳନ ଯାହା ଜ୍ଞାନସମ୍ବିଳିତ ପାଠ୍ୟଗୁଡିକରେ ବିଷୟଗୁଡିକୁ ପୁନଃ ଉଲ୍ଲେଖ କରିବ)
୮. ବିଜ୍ଞାପନ ପର୍ବ (କଳା ଏବଂ ସମାଲୋଚନାମୂଳକ ଲେଖାର ଅନୁବାଦ)
୯. ଆନ୍ତର୍ଜାତିକ ଆଙ୍ଗିକ(ଆଂଚଳିକ/ଆନ୍ତର୍ଜାତିକ ସ୍ରୋତରେ ଅନୁବାଦ ଉପରେ ଆଧାରିତ)
୧୦. ପର୍ବାନ୍ତର(ମୂଖ୍ୟତଃ ପାଠ୍ୟ ଏବଂ ଲେଖକଉପରେ ଦୃଷ୍ଟି ଦେଉଥିବା ଆଂଚଳିକ ଅନୁବାଦ)

ବୋଡୋ
୧୧. ବୋଡୋ ସାହିତ୍ୟ ସଭା ପତ୍ରିକା

ଇଂରାଜୀ
୧୨. ଭାରତୀୟ ସାହିତ୍ୟ(ସାହିତ୍ୟ ଏକାଡେମୀ)
୧୩. ଅନୁବାଦ ଆଜି(ସି.ଆଇ.ଆଇ.ଏଲ୍ ର ଅନୁବାଦ ଅଧ୍ୟୟନ ପତ୍ରିକା)
୧୪. ଯାତ୍ରା(ଆସାମରୁ ଅନୁବାଦ)
୧୫. ଅନିକେତନ(କନ୍ନଡରୁ ଅନୁବାଦ)
୧୬. ମାଲାୟାଲମ ସାହିତ୍ୟ ସର୍ବେକ୍ଷଣ(ମାଲାୟାଲମରୁ ଅନୁବାଦ)
୧୭. ଉର୍ଦ୍ଦୁ ଜୀବନ୍ତ(ଉର୍ଦ୍ଦୁରୁ ଅନୁବାଦ)
୧୮. କବିତା ସମୀକ୍ଷା(ଦ୍ୱିଭାଷିକ,ବେଙ୍ଗଲୀ ଇଂରାଜୀ)
୧୯. ଅନୁବାଦରେ ଆନ୍ତର୍ଜାତୀକ ପତ୍ରିକା(ବାହ୍ରି ପ୍ରକାଶନ)

ଗୁଜୁରାଟୀ
୨୦. vi(ବହୁଗୁଡିଏ ଅନୁବାଦର ସଂକଳନ)
୨୧. ଗଦ୍ୟପର୍ବ

ହିନ୍ଦି
୨୨. ତନାବ(ବିଭିନ୍ନ ଭାରତୀୟ ଏବଂ ବିଦେଶୀ ଭାଷାଗୁଡିକରୁ)
୨୩. ଅନୁବାଦ(ବିଭିନ୍ନ ଭାଷାରୁ ଅନୁବାଦ)
୨୪. ପହଲ(ବିଶେଷତଃ ଅନୁବାଦ ପାଇଁ ନୁହେଁ କିନ୍ତୁ ଅନେକ ଅନୁବାଦ ସମ୍ବିଳିତ)
୨୫. ସମକାଳୀନ ଭାରତୀୟ ସାହିତ୍ୟ(ସାହିତ୍ୟ ଏକାଡେମୀ)
୨୬. ବାଗାର୍ଥ
୨୭. ନୂଆଁ ଜ୍ଞାନୋଦୟ
୨୮. ଭାରତୀୟ ଅନୁବାଦ ପରିଷଦ ପତ୍ରିକା

କନ୍ନଡ
୨୯. ଅନିକେତନ(ଅନ୍ୟ ଭାରତୀୟ ଭାଷାଗୁଡିକରୁ, ଏହା ଇଂରାଜୀ ଅନିକେତନର ଏକ ଭାଗ)
୩୦. ଦେଶକାଳ(ଅନୁବାଦଗୁଡିକର ସଂଗ୍ରହ)
୩୧. ସଂକ୍ରମଣ(ଅନେକ ଅନୁବାଦର ସଂଗ୍ରହ)
୩୨. ସମ୍ୟଦା(ବହୁସଂଖ୍ୟାରେ ଅନୁବାଦର ପ୍ରକାଶନ)
୩୩. ସଂକଳନ(ଅନୁବାଦ ମଧ୍ୟ ପ୍ରକାଶ କରେ)

କାଶ୍ମୀରୀ
୩୪. ସୀରାଯା—କାଶ୍ମୀରୀ(ସଂସ୍କୃତି ବିଭାଗ)
୩୫. ଆଲାବ(ସୂଚନା ପ୍ରାଦ୍ୟୋଗିକ ବିଭାଗ)

କୋନ୍ କନି
୩୬. ଜାଗ୍(ବହୁଅନୁବାଦ ସମ୍ବିଳିତ ମାସିକ ପତ୍ରିକା)

ମାଲୟାଲମ୍
୩୭. କେରଳ କବିତା(ବହୁଗୁଡିଏ ଅନୁବାଦ,ମୁଖ୍ୟତଃ ସାହିତ୍ୟିକ ପାଠ୍ୟ)
୩୮. ମାତୃଭୂମି(ଅନୁବାଦର ବିଶେଷାଙ୍କ)
୩୯. କଳା କୌମୁଦୀ
୪୦. ମାଧ୍ୟମାମ୍

ମରାଠୀ
୪୧. କଲ୍ୟାଣେ ଭାଷାନ୍ତର
୪୨. ଭାଷା ଅନି ଜୀବନ
୪୩. ପ୍ରତିଷ୍ଠାନ(ବହୁଗୁଡିଏ ଅନୁବାଦର ସଂକଳନ)
୪୪. ପଂଚଧାରା(ମୂଳ ମରାଠୀ ସହ ହିନ୍ଦୀ,ଉର୍ଦ୍ଦୁ,ତେଲୁଗୁ,ଏବଂ କନ୍ମଡରୁ ଅନୁବାଦ)
୪୫. ସାକ୍ଷାତ୍(ଅନୁବାଦରେ ବିଶେଷାଙ୍କ ପ୍ରକାଶ କରେ)

ମୈଥିଳୀ
୪୬. ମୈଥିଳୀ ଏକାଡେମୀ ପତ୍ରିକା(ଜ୍ଞାନ ସମ୍ବିଳିତ ପାଠ୍ୟ ସହ)
୪୭. ଘର ବାହାର

ଓଡିଆ
୪୮. ସପ୍ତଭିକ୍ଷା

ପଞାବୀ
୪୯. ସମ୍ ଦର୍ଶୀ (ପଞାବୀ ଏକାଡେମୀ,ଦିଲ୍ଲୀ ଦ୍ୱାରା ପ୍ରକାଶିତ ଅନୁବାଦକୁ ମଧ୍ୟ ସ୍ଥାନ ଦିଏ)
୫୦. ଅଖର(ଅମୃତସର୍,ରଚନାତ୍ମକ ଏବଂ ସମୀକ୍ଷାତ୍ମକ ଅନୁବାଦର ପ୍ରକାଶନ)

ସାନ୍ତାଲି
୫୧. ସର୍ ସଗୁନ
୫୨. ଲୋହନ୍ତି ପତ୍ରିକା

ତାମିଲ୍
୫୩. ଦିସାଇକଲ୍ ଏଟ୍ଟୁମ୍(ଭାରତୀୟ ଭାଷାଗୁଡିକରୁ)

ତେଲୁଗୁ
୫୪. ବିପୁଲା(ପ୍ରାୟ ସମସ୍ତ ଭାଷାରୁ ଅନୁବାଦ)
୫୫. ତେଲୁଗୁ ବୈଜ୍ଞାନିକ ପତ୍ରିକା(ତେଲୁଗୁ ଏକାଡେମୀ)