ଘୋଷଣା

ଦୁଇ ସପ୍ତାହ ଇଣ୍ଟେନସିଭ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଆପ୍ଲିକେସନ୍ ଫର୍ମ (ଡାଉନଲୋଡ୍ କରି ପୂରଣ କରନ୍ତୁ)
 
ଅନୁବାଦଙ୍କର ଦକ୍ଷତା ବିକାଶ କରିବା ଏନଟିଏମ (ରାଷ୍ଟ୍ରୀୟ ଅନୁବାଦ ମିଶନ୍)ର ଗୋଟିଏ ମୁଖ୍ୟ ଉଦ୍ଦେଶ୍ୟ | ରାଷ୍ଟ୍ରୀୟ ଅନୁବାଦ ମିଶନ୍ ଅନୁବାଦକଙ୍କୁ ଇଣ୍ଟେନସିଭ୍ ପ୍ରଶିକ୍ଷଣ ଏବଂ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରୁଛି | ଏହା ମଧ୍ୟ ବୃତ୍ତିଧାରୀ ଅନୁବାଦକଙ୍କୁ ଏକାଡେମିକ୍ ସମର୍ଥନ ପ୍ରଦାନ କରିଥାଏ | ଅନୁବାଦରେ ସାର୍ଟିଫିକେଟ୍ ଏବଂ ଡିପ୍ଲୋମା କୋର୍ସ୍ ପ୍ରଦାନ କରିବା ପାଇଁ ପ୍ରୟାସ ଜାରି ରହିଛି | ଦୁଇ- ସପ୍ତାହ ଇଣ୍ଟେନସିଭ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଦୁଇ- ସପ୍ତାହ ଇଣ୍ଟେନସିଭ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

କେଉଁମାନେ ଯୋଗ ଦେଇପାରିବେ?ଯେଉଁମାନଙ୍କର ଅନୁବାଦ ଗୋଟିଏ ସଉକ କିମ୍ବା ଯିଏ ଅନୁବାଦକୁ ବୃତ୍ତି ବା ପେଶାଭାବରେ ନେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ | ଏହା ମଧ୍ୟ ବୃତ୍ତିଧାରୀ ଅନୁବାଦକ ଏବଂ ଅନୁବାଦ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ, ଯେଉଁମାନେ ନିଜର ଜ୍ଞାନ ଏବଂ ସେମାନଙ୍କ ଦକ୍ଷତାକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି | ସାଧାରଣତଃ ଏହି ଅଂଶଗ୍ରହଣ ଅନ୍ତର୍ଭୁକ୍ତ କରିଥାଏ (a) କ୍ୟାରିଅର୍ ଆରମ୍ଭ କରୁଥିବା ବ୍ୟକ୍ତି ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟ/ ସଂସ୍ଥାଗୁଡ଼ିକରେ ପଞ୍ଜିକରଣ କରିଥିବା ଛାତ୍ରମାନେ, (b) ବିଭିନ୍ନ ସରକାରୀ ଏବଂ ଅର୍ଦ୍ଧ ସରକାରୀ ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ଭାଷା ଅଫିସର୍, (c) ସିଏସଟିଟି କାର୍ଯ୍ୟକ୍ରମରେ ସମ୍ବନ୍ଧିତ ଥିବା ବ୍ୟକ୍ତି, ଇତ୍ୟାଦି |

କେଉଁଠାରେ? ପ୍ରଶିକ୍ଷଣ ଏବଂ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ଅନୁବାଦ ମିଶନ, ଭାରତୀୟ ଭାଷା ସଂସ୍ଥା, ମହୀଶୂରରେ ଅନୁଷ୍ଠିତ ହେବ | ହୋଷ୍ଟ ସଂସ୍ଥା ସହିତ ସହଯୋଗ ହେଲେ ଅନ୍ୟ ସ୍ଥାନରେ ମଧ୍ୟ କାର୍ଯ୍ୟକ୍ରମ ସଂଗଠନ କରାଯିବ |

 
ଫି: ଏହି କାର୍ଯ୍ୟକ୍ରମ ପାଇଁ କୌଣସି ଫି ନାହିଁ | ତଥାପି, ଅଂଶଗ୍ରହଣକାରୀମାନେ କାର୍ଯ୍ୟକ୍ରମ ଆରମ୍ଭରେ ଟଙ୍କା ୫୦୦/- ଜମା କରିବେ | ଏହି ଅର୍ଥ ଟ୍ରାନ୍ସଲେସନ୍ ଟୁଡେ ପତ୍ରିକାର ଗୋଟିଏ ବର୍ଷର ସଦସ୍ୟତାଭାବରେ ଗ୍ରହଣ କରାଯିବ |

କିପରି ଆବେଦନ କରିବେ? ଆଗ୍ରହୀ ବ୍ୟକ୍ତିମାନେ ପୂରଣ ଓ ଦସ୍ତଖତ କରିଥିବା ଆବେଦନ ପତ୍ର ସହିତ ସମ୍ବନ୍ଧିତ ସାର୍ଟିଫିକେଟ୍ ଏବଂ ପ୍ରଶଂସାପତ୍ର ନିମ୍ନ ଠିକଣାରେ ପଠାଇପାରିବେ (ଘୋଷଣାରେ ଥିବା www.ciil.org / www.ntm.org.in ରୁ ଡାଉନଲୋଡ୍ କରିପାରିବେ)
  ପ୍ରକଳ୍ପ ନିର୍ଦ୍ଦେଶକ,
ରାଷ୍ଟ୍ରୀୟ ଅନୁବାଦ ମିଶନ,
ଭାରତୀୟ ଭାଷା ସଂସ୍ଥା,
ମାନସଗଙ୍ଗୋତ୍ରୀ, ହୁନସୁର୍ ରୋଡ୍,
ମହୀଶୂର, କର୍ଣ୍ଣାଟକ- 570006

ପ୍ରଶିକ୍ଷକ କିଏ ? ଏନଟିଏମରେ ଏହି କ୍ଷେତ୍ରରେ ପାରଦର୍ଶିତା ଥିବା ଅନେକ ପ୍ରଶିକ୍ଷକ ଅଛନ୍ତି | କେତେକ ପ୍ରଶିକ୍ଷକ ବିଭିନ୍ନ ଅନୁଷ୍ଠାନରୁ ନିୟୋଜିତ ହେଉଥିବାବେଳେ କିଛି ପ୍ରଶିକ୍ଷକ ଏନଟିଏମ, ସିଆଇଆଇଏଲରେ କାର୍ଯ୍ୟରତ ଅଛନ୍ତି | ଧ୍ୟାନ ଦିଅନ୍ତୁ: ବର୍ଷସାରା ଆବେଦନ ପତ୍ର ଗ୍ରହଣ କରାଯାଏ | ଆବେଦନପତ୍ରର କଭର୍ ଉପର ବାମରେ ‘ଏନଟିଏମ୍ ଅନୁବାଦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଆବେଦନପତ୍ର’ ସୁପରସ୍କ୍ରାଇବରେ ଲେଖାଯିବା ଉଚିତ୍ | ଯେଉଁମାନେ ଚାକିରିରେ ଅଛନ୍ତି କିମ୍ବା କୌଣସି ନିୟମିତ ଆସାଇନମେଣ୍ଟରେ ଅଛନ୍ତି ସେମାନ ନିଜର ଆବେଦନପତ୍ର ସଂସ୍ଥାର ନିଯୁକ୍ତିଦାତା କିମ୍ବା ମୁଖ୍ୟଙ୍କ ମାଧ୍ୟମରେ ପଠାଇବା ଆବଶ୍ୟକ | ମନୋନୀତ ପ୍ରାର୍ଥୀମାନଙ୍କର ନାମ ସିଆଇଆଇଏଲ୍ ଏବଂ ଏନଟିଏମର ୱେବସାଇଟରେ ପ୍ରକାଶିତ ହେବ |

ଯୋଗାଯୋଗ ଇମେଲ୍: ଦୟାକରି ସମସ୍ତ ପ୍ରଶ୍ନ ntmtrainingprog2016[at]gmail[dot]com କୁ ପଠାନ୍ତୁ