|
କାର୍ଯ୍ୟ
ଅନୁବାଦ ବିଷୟରେ ଏକାଡେମିକ ଆଲୋଚନାକୁ ସୁବିଧା ଦେବା ପାଇଁ, ଭାରତୀୟ ଭାଷାଗୁଡ଼ିକରେ ଉପଲବଧ ଅନୁଦିତ
ଜ୍ଞାନପାଠ୍ୟକୁ ମୂଲ୍ୟାୟନ କରିବାରେ, ନୂଆ ବିଦ୍ୟାର୍ଥୀମାନଙ୍କୁ ଅନୁବାଦ ଉପରେ ତାଲିମ ପ୍ରଦାନ; ଏବଂ
ତଥ୍ୟର ପ୍ରସାର କରିବା ପାଇଁ ରାଷ୍ଟ୍ରୀୟ ଅନୁବାଦ ମିଶନ୍ କର୍ମଶାଳା, ଆଲୋଚନା ଚକ୍ର ଏବଂ ଓରିଏଣ୍ଟେସନ୍
କାର୍ଯ୍ୟକ୍ରମ ଆୟୋଜନ କରେ| ଏନ୍ ଟି ଏମ୍ କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ, ଅନୁବାଦକ, ବିଶାରଦ ଏବଂ
ପ୍ରକାଶକମାନେ ଭାଗ ନେବା ପାଇଁ ନିମନ୍ତ୍ରିତ ହୁଅନ୍ତି |
|
|
Upcoming Events
|
» Translation and Knowledge Society, a three-day
three-in-one event from 07 to 09 March 2018.
» Workshop on Editing and Finalization of the Malayalam
translation: Grammer of Politics by Harold Laski at NTM, CIIL, Mysuru from 02 to
08 August 2018
» Workshop on Final Review of the Translation Equivalents
of Physics, Chemistry and Sociology for Manipuri at NTM, CIIL, Mysuru from 10 to
14 August 2018
» Workshop on Final Review of the Translation Equivalents
of Physics and Sociology for Maithili at NTM, CIIL, Mysuru from 10 to 14 August
2018
» Workshop on Final Review of the Translation Equivalents
of Sociology and Political Science for Santali at NTM, CIIL, Mysuru from 10 to 14
August 2018
» A 2-day National Seminar on Translatiion and Nation at
NTM, CIIL, Mysuru on 26 to 27 August 2018
|
|
୨୨ଟି ଭାରତୀୟ ଭାଷାରେ ପ୍ରତ୍ୟେକଟି ବିଷୟରେ ଜ୍ଞାନପାଠ୍ୟ ଆଧାରିତ ଶବ୍ଦାବଳୀ ପ୍ରସ୍ତୁତ କରିବାକୁ;
ସମ୍ପାଦକୀୟ ସହାୟତା ଗୋଷ୍ଠୀର କାର୍ଯ୍ୟକୁ ତୁଳାଇବାକୁ ଏନ୍ ଟି ଏମ୍ କର୍ମଶାଳା ଆୟୋଜନ କରେ| ଗୋଟିଏ
ଜ୍ଞାନପାଠ୍ୟର ଅନୁବାଦ ସରିବା ପରେ, ପ୍ରତ୍ୟେକ ଭାଷାର ସମ୍ପାଦକୀୟ ସହାୟତା ଗୋଷ୍ଠୀର ଗୋଟିଏ କର୍ମଶାଳାରେ
ମିଳିତ ହୋଇ ପାଣ୍ଡୁଲିପିର ସମୀକ୍ଷା ଏବଂ ଅନୁବାଦକମାନଙ୍କୁ ଗାଇଡ୍ (ମାର୍ଗଦର୍ଶନ) କରିବେ |
|
|
ଅନୁବାଦ ସମ୍ବନ୍ଧରେ ଶୈକ୍ଷିକ ଆଦାନ ପ୍ରଦାନକୁ ଉତ୍ସାହିତ କରିବା ପାଇଁ ରାଷ୍ଟ୍ରୀୟ ଅନୁବାଦ ମିଶନ୍
ଆଲୋଚନା ଚକ୍ର ଆୟୋଜନ କରେ | ଏହି ଆଲୋଚନା ଚକ୍ରରେ ସ୍ଥାନ ପାଇଥିବା ଉତ୍କୃଷ୍ଟ ଲେଖାଗୁଡ଼ିକୁ ସମୀକ୍ଷା
କରାଯାଇ ରଖାଯାଏ | ଏନ୍ ଟି ଏମ୍ ର ଷାଣ୍ମାସିକ ପତ୍ରିକା, ଟ୍ରାନସଲେସନ୍ ଟୁଡେରେ କେବେ କେବେ ଏହାକୁ
ପ୍ରକାଶ କରାଯାଏ | ଏହି ଆଲୋଚନା ଚକ୍ରଗୁଡ଼ିକ ଏନ୍ ଟି ଏମ୍ କୁ ଅନୁବାଦ ଉପରେ ଏକାଡେମିକ୍ ଆଲୋଚନାରେ
ସାହାଯ୍ୟ କରେ, ଯାହାକି ଅନୁବାଦ ଅଧ୍ୟୟନ ଏବଂ ଅନୁବାଦ ସମ୍ବନ୍ଧିତ ବିଷୟରେ ଆଗ୍ରହ ପ୍ରକାଶ କରୁଥିବା
ବ୍ୟକ୍ତିବିଶେଷ (ବିଶେଷତଃ ବିଦ୍ୱାନ ଏବଂ ଗବେଷଣା କରୁଥିବା ଛାତ୍ର)ଙ୍କୁ ମଧ୍ୟ ସାହାଯ୍ୟ କରେ|
|
|
ଅନୁବାଦକ ମାନଙ୍କୁ ଅନୁବାଦ ବିଷୟରେ ତାଲିମ ଦେବା ପାଇଁ ରାଷ୍ଟ୍ରୀୟ ଅନୁବାଦ ମିଶନ୍ ବିଭିନ୍ନ ଭାଷାରେ
ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜନ କରେ| ଏହି କାର୍ଯ୍ୟକ୍ରମରେ ଅନୁବାଦ ସିଦ୍ଧାନ୍ତ, ଜ୍ଞାନପାଠ୍ୟ
ଅନୁବାଦର ବିଭିନ୍ନ ପ୍ରସଙ୍ଗ ଏବଂ ଅନୁବାଦର ବିଭିନ୍ନ ଉପକରଣ ବିଷୟରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ
ଶିକ୍ଷା ଦିଆଯିବା ସହ ସେମାନଙ୍କୁ ଉତ୍କୃଷ୍ଟ ଅନୁବାଦକ ଭାବରେ ପ୍ରସ୍ତୁତ କରାଯାଏ| ଯେଉଁମାନେ ଅଂଶଗ୍ରହଣ
କରନ୍ତି, ସେମାନେ ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟର ବିଦ୍ୱାନ ଏବଂ ଛାତ୍ର ଅଟନ୍ତି.
ସେମାନେ ବିଭିନ୍ନ ଭାଷା ଏବଂ ବିଷୟରୁ ଆସନ୍ତି| ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଏବଂ ବିଭିନ୍ନ
ସ୍କୁଲର ଶିକ୍ଷକ, ଫ୍ରିଲାନ୍ସ ଅନୁବାଦକ ମାନେ ଏବଂ ବିଭିନ୍ନ ବୃତ୍ତିର ଲୋକମାନେ ମଧ୍ୟ ଏଥିର ଭାଗ
ନିଅନ୍ତି. ଅନୁବାଦକମାନଙ୍କ ରାଷ୍ଟ୍ରୀୟ ରେଜିଷ୍ଟରରୁ ମଧ୍ୟ ଅନୁବାଦକମାନଙ୍କୁ ଚୟନ କରାଯାଇ ପାରେ|
ମୁଖ୍ୟତଃ ଅନୁବାଦ ଅଧ୍ୟୟନ କିମ୍ବା ସେହି ସମ୍ବନ୍ଧିତ ବିଷୟରୁ ଏବଂ ଯେଉଁମାନେ କି ନିୟମିତ ଭାବରେ
ଭାରତୀୟ ଭାଷାରେ ଜ୍ଞାନପାଠ୍ୟ ଲେଖାଲେଖି କରୁଛନ୍ତି ସେମାନଙ୍କୁ ଏହି କାର୍ଯ୍ୟକ୍ରମର ରିସୋର୍ସ୍ ପର୍ସନ୍
ଭାବରେ ନିମନ୍ତ୍ରିତ କରାଯାଏ| ଯେଉଁ ବିଶାରଦମାନେ ଜ୍ଞାନପାଠ୍ୟଗୁଡ଼ିକୁ ଅନୁବାଦ କରିଆସୁଛନ୍ତି ଏବଂ
ଯେଉଁମାନେ କି ବିଭିନ୍ନ ଭାରତୀୟ ଭାଷାରେ ପାରିଭାଷିକ ଶବ୍ଦାବଳୀଗୁଡ଼ିକର ବିକାଶରେ ସମ୍ବନ୍ଧିତ ଅଛନ୍ତି
ସେମାନେ ଏନ୍ ଟି ଏମ୍ ର ରିସୋର୍ସ୍ ପର୍ସନ୍ ଭାବରେ କାର୍ଯ୍ୟ କରିପାରିବେ|
|
|
ସମଗ୍ର ଦେଶରେ ସଚେତନତା ବଢ଼େଇବା ପାଇଁ ଏନ୍ ଟି ଏମ୍ ପୁସ୍ତକ ମେଳା ଗୁଡ଼ିକରେ ଭାଗ ନିଏ. ଯେତେ ଶୀଘ୍ର
ଅନୁବାଦିତ ପୁସ୍ତକ ଗୁଡ଼ିକ ପ୍ରକାଶିତ ହୋଇ ଆସିବ, ଏନ୍ ଟି ଏମ୍ ପ୍ରଚାର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ
କରେଇବ ଯେଉଁଥିରେ ଲେଖକଙ୍କ ସଭା, ଅନୁବାଦକଙ୍କ ସଭା ଇତ୍ୟାଦି ମଧ୍ୟ ଅନ୍ତର୍ଭୁକ୍ତ ହେବ|
|
|
|
|