ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ

ରାଷ୍ଟ୍ରୀୟ ଅନୁବାଦ ମିଶନ୍ ର ସ୍ୱଳ୍ପମିଆଦୀ ଲକ୍ଷ୍ୟ
  » ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟମାନଙ୍କରେ ପଢ଼ାଯାଉଥିବା ବିଷୟଗୁଡ଼ିକରେ ଜ୍ଞାନସମ୍ବିଳିତ ପାଠ୍ୟର ଅନୁବାଦର ଉନ୍ନୟନ ଏବଂ ପ୍ରକାଶନ
  » ବିଭିନ୍ନ କ୍ଷେତ୍ରରେ ଅନୁବାଦକମାନଙ୍କ ସାର୍ଟିଫିକେସନ ଏବଂ ପ୍ରଶିକ୍ଷଣ
  » ପାଞ୍ଚଟି ଡାଟାବେସ୍ ର ପ୍ରସ୍ତୁତି ଏବଂ କାର୍ଯ୍ୟନିର୍ବାହ : ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଡାଟାବେସ୍, ଅନୁବାଦକମାନଙ୍କର ରାଷ୍ଟ୍ରୀୟ ରେଜିଷ୍ଟର(NRT), ପ୍ରକାଶକମାନଙ୍କ ଡାଟାବେସ୍, ଅନୁବାଦଗୁଡ଼ିକର ଗ୍ରନ୍ଥସୂଚୀ, ଫେକଲ୍ଟି ଡାଟାବେସ୍/ ବିଶାରଦମାନଙ୍କ ରିପୋଜିଟୋରୀ, ଶବ୍ଦକୋଷ ଏବଂ ପାରିଭାଷିକ ଶବ୍ଦାବଳୀର ଡାଟାବେସ୍
  » ଅନୁବାଦକ ଶିକ୍ଷା କାର୍ଯ୍ୟକ୍ରମରେ ସ୍ୱଳ୍ପମିଆଦୀ ଓରିଏଣ୍ଟେସନ୍ ପାଠ୍ୟକ୍ରମର ଆୟୋଜନ
  » ଇଂରାଜୀ ଏବଂ ଭାରତୀୟ ଭାଷାଗୁଡ଼ିକ ମଧ୍ୟରେ ମେସିନ୍ ଏଡେଡ୍ ଅନୁବାଦର ଉନ୍ନୟନ
  » ଶବ୍ଦକୋଷ ଏବଂ ଥେସରୀ ପରି ଅନୁବାଦକ ଉପକରଣର ବିକାଶ ଭାରତୀୟ ଭାଷାଗୁଡ଼ିକରେ ବୈଜ୍ଞାନିକ ଏବଂ ପାରିଭାଷିକ
  » ଶବ୍ଦାବଳୀର ପ୍ରସ୍ତୁତି ପାଇଁ ବୈଜ୍ଞାନିକ ଏବଂ ପାରିଭାଷିକ ଶବ୍ଦାବଳୀ ଆୟୋଗ(CSTT) ସହ ସହଯୋଗ

ରାଷ୍ଟ୍ରୀୟ ଅନୁବାଦ ମିଶନ୍ ର ଦୀର୍ଘମିଆଦୀ ଲକ୍ଷ୍ୟ
  » ଗବେଷଣା ଏବଂ ଅନୁବାଦ ମେମୋରୀ, ୱାର୍ଡ ଫାଇଣ୍ଡର୍ସ, ୱାର୍ଡନେଟ୍ ର ବିକାଶ ପାଇଁ ସହାୟତା ପ୍ରଦାନ
  » ନେଚୁରାଲ ଲେଙ୍ଗୁଏଜ୍ ପ୍ରୋସେସିଙ୍ଗ୍ ଏବଂ ଅନୁବାଦ ସମ୍ପର୍କିତ ଗବେଷଣା ପ୍ରକଳ୍ପ ପାଇଁ ବୃତ୍ତି ଏବଂ ଅନୁଦାନ ଦେବା
  » ଅନୁବାଦ ଉପରେ ଡିପ୍ଲୋମା,ଡିଗ୍ରୀ ଦେଉଥିବା ବିଶ୍ୱବିଦ୍ୟାଳୟର ବିଭାଗଗୁଡିକୁ ଅନୁଦାନ ସହାୟତା ଏବଂ ନିର୍ଦ୍ଦିଷ୍ଟ ପ୍ରକଳ୍ପ ଯେମିତି ଭାଷାଗୁଡ଼ିକ ମଧ୍ୟରେ ଅନୁବାଦ ମାନୁଏଲ୍ ର ପ୍ରସ୍ତୁତି ପାଇଁ ମଧ୍ୟ ଅନୁଦାନ ସହାୟତା
  » ଅନୁବାଦ ପତ୍ରିକା ବା ଅନୁବାଦ ସମ୍ବନ୍ଧିତ ପାଠ୍ୟଗୁଡିକର ପ୍ରକାଶନ ଏବଂ ଭାରତୀୟ ଭାଷାରେ ବିଶ୍ଲେଷଣ ଇତ୍ୟାଦି ପାଇଁ ସହାୟତା.
  » ଅନୁବାଦପାଇଁ ପୁସ୍ତକ ଉନ୍ମୋଚନ ଉତ୍ସବ,ଆଞ୍ଚଳିକ ଅନୁବାଦ ଉତ୍ସବ, ଚର୍ଚ୍ଚା, ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରି ଅନୁବାଦକ ଏବଂ ଅନୁବାଦ କାର୍ଯ୍ୟଗୁଡ଼ିକୁ ବ୍ୟାପକ ଦୃଷ୍ଟିପରିସର ଭିତରେ ଆଣିବା
  » ଅନୁବାଦ ଅଧ୍ୟୟନ ଉପରେ ଏକାଡେମିକ କାର୍ଯ୍ୟଗୁଡିକର ଏକ ରିଜାର୍ଭଏର୍ ତିଆରି କରି ତା ଉପରେ ଆଲୋଚନାକୁ ପ୍ରଶ୍ରୟ ଦେବା
  » ଅନୁବାଦକୁ ଏକ ବ୍ୟବହାର୍ଯ୍ୟ ବୃତ୍ତି ଭାବରେ ପ୍ରତିଷ୍ଠା କରିବା ଯାହା ଅନୁବାଦ ଶିଳ୍ପର ଉଦ୍ଭବରେ ସହାୟତା କରିବ

ଉପକୃତ ବ୍ୟକ୍ତିଗଣ
ଏକ ବିସ୍ତୃତ ମିଳିତ ଜ୍ଞାନସମାଜର ଗଠନ କରିବା ଏନଟିଏମ୍ ର ଉଦ୍ଦେଶ୍ୟ | ମୌଳିକ ଜ୍ଞାନପାଠ୍ୟଗୁଡ଼ିକୁ ଏକ ଭାଷାରୁ ଅନ୍ୟ ଏକ ଭାଷାକୁ ଅନୁବାଦ କରି ଜ୍ଞାନର ସମବଣ୍ଟନକୁ ବିକାଶ କରିବା ଦିଗରେ ଏନଟିଏମ୍ ଆଶାୟୀ|ଏହା ସେଇ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ ଯେଉଁମାନଙ୍କ ପାଇଁ ଇଂରାଜୀରେ ଉପଲବ୍ଧ ଜ୍ଞାନ ବୁଝିବା କଷ୍ଟକର| ଏନଟିଏମ ବିଭିନ୍ନ କ୍ଷେତ୍ରର ଲୋକଙ୍କୁ ଉପକାର ଦିଏ |
  » ବିଭିନ୍ନ ସ୍ତରରେ ଥିବା ବିଭିନ୍ନ ବିଷୟର ଶିକ୍ଷକଗଣ
  » ଲେଖକ/ଅନୁବାଦକ/ପ୍ରକାଶକ
  » ଅନୁବାଦ ଅଧ୍ୟୟନ ବିଭାଗ, ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ସଂସ୍ଥାରୁ ଭାଷାବିଜ୍ଞାନୀ ଏବଂ ଗବେଷକମାନେ
  » ଭାରତୀୟ ଭାଷାଗୁଡିକରେ ନୂଆଁ ଏବଂ ରୁଚିକର ବହିଗୁଡିକର ଅନୁସନ୍ଧାନରେ ଥିବା ପ୍ରକାଶକମାନେ
  » ଅନୁବାଦ ସଫ୍ଟୱେର ଉନ୍ନୟନକରୀ
  » ତୁଳନାତ୍ମକ ସାହିତ୍ୟର ବିଦ୍ୱାନଗଣ
  » ନିଜଭାଷାରେ ସାହିତ୍ୟକ ଏବଂ ଜ୍ଞାନସମ୍ବିଳିତ ପାଠ୍ୟ ଖୋଜୁଥିବା ପାଠକମାନେ
  » ଅନୌପଚାରିକ ଶିକ୍ଷାରେ ନିଯୁକ୍ତ ସ୍ୱୟଂସେବକମାନେ
  » ଜନସ୍ୱାସ୍ଥ୍ୟ, ନାଗରିକ ଅଧିକାର, ପରିବେଶ,ଜନପ୍ରିୟ ବିଜ୍ଞାନ ଇତ୍ୟାଦି ଉପରେ କାମ କରୁଥିବା ବେସରକାରୀ ସଂସ୍ଥା.
  » ମୌଖିକ ଅନୁବାଦକମାନଙ୍କର ଅନୁସନ୍ଧାନରେ ଥିବା ସରକାରୀ ଏବଂ ବେସରକାରୀ ସଂସ୍ଥାଗୁଡିକ
  » ଚଳଚ୍ଚିତ୍ର ର ସବଟାଇଟିଲିଙ୍ଗ ଏବଂ ବହୁଭାଷାରେ ରିଲିଜ୍ କରିବା ପାଇଁ ଚାହୁଁଥିବା ଚଳଚ୍ଚିତ୍ର ନିର୍ମାତା
  » ରେଡିଓ ଏବଂ ଦୂରଦର୍ଶନ କାର୍ଯ୍ୟକ୍ରମର ନିର୍ମାତାଗଣ ଯେଉଁମାନେ ବିଭିନ୍ନ ଭାଷାରେ ନିଜ କାର୍ଯ୍ୟକ୍ରମର ପ୍ରସାରଣ କରିବାକୁ ଚାହଁନ୍ତି