ଅନୁବାଦକଙ୍କ ଶିକ୍ଷା କାର୍ଯ୍ୟକ୍ରମ

ଅନୁବାଦକଙ୍କ ଶିକ୍ଷା କାର୍ଯ୍ୟକ୍ରମ ଜ୍ଞାନପାଠ୍ୟର ଅନୁବାଦ ପାଇଁ ଅନୁବାଦକଙ୍କୁ ଶିକ୍ଷା ଦେବା |ଯେଉଁମାନେ ଅନୁବାଦକୁ ଏକ ବୃତ୍ତି ଭାବରେ ଗ୍ରହଣ କରିବାକୁ ଇଚ୍ଛୁକ, ସେମାନଙ୍କୁ ଏହି କାର୍ଯ୍ୟକ୍ରମ ଏକାଡେମିକ ସହାୟତା ଯୋଗାଇବ | ଏହି କାର୍ଯ୍ୟକ୍ରମ ଭାରତରେ ଅନୁବାଦ ପରମ୍ପରା, ତାର ଇତିହାସ, ଭାରତୀୟ ଭାଷାରେ ଜ୍ଞାନପାଠ୍ୟର ଅନୁବାଦ ବିଷୟରେ ଏହି କାର୍ଯ୍ୟକ୍ରମ ଅନୁବାଦକମାନଙ୍କୁ ଶିକ୍ଷା ଦିଏ | ଅନୁବାଦ ଉପକରଣ ଯଥା ଶବ୍ଦକୋଷ, ଥେସରୀ, ପାରିଭାଷିକ ଶବ୍ଦାବଳୀ କିପରି ବ୍ୟବହାର କରାଯିବ, ଏ ବିଷୟରେ ମଧ୍ୟ ଶିକ୍ଷା ଦିଆଯାଏ| ଦକ୍ଷ ଏବଂନିପୁଣ ଅନୁବାଦକ ପ୍ରସ୍ତୁତ କରିବା, ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ| ଉପରେ ଉଲ୍ଲେଖ କରାଯାଇଥିବା ଲକ୍ଷ୍ୟ ସାଧନ କରିବା ପାଇଁ, ଏନଟିଏମ୍ କର୍ମଶାଳା, ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ, ଆଲୋଚନା ଚକ୍ର କରିଥାଏ| ଟ୍ରାନସଲେସନ୍ ଟୁଡେ(ଏନଟିଏମ୍ ର ଷାଣ୍ମାସିକ ପତ୍ରିକା), ଅନୁବାଦକମାନଙ୍କ ପାଇଁ ପୁସ୍ତିକା, ଏନଟିଏମ୍ ମିଡିଆ ଦ୍ୱାରା ପ୍ରସ୍ତୁତ ଦୃଶ୍ୟଶ୍ରାବ୍ୟ ଉପକରଣ ଏବଂ ଏନଟିଏମ୍ ପ୍ରସ୍ତୁତ ପାଠ୍ୟବିଷୟଗୁଡ଼ିକ ଅନୁବାଦକମାନଙ୍କୁ ଶିକ୍ଷା ଦେବା ପାଇଁ କାର୍ଯ୍ୟକରେ|