ଏନଟିଏମ୍ ବିଷୟରେ

ଅନୁବାଦକୁ ଏକ ଶିଳ୍ପୋଦ୍ୟୋଗ ଭାବରେ ସାଧାରଣତଃ ପ୍ରତିଷ୍ଠା କରିବା ପାଇଁ ଏବଂ ସ୍ୱତନ୍ତ୍ରଭାବରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଜ୍ଞାନ-ସମ୍ବିଳିତ ପାଠ୍ୟକୁ ଭାରତୀୟ ଭାଷାଗୁଡ଼ିକରେ ଅନୁବାଦ କରି ଉଚ୍ଚଶିକ୍ଷାକୁ ସୁବିଧାଜନକ କରିବା ପାଇଁ ରାଷ୍ଟ୍ରୀୟ ଅନୁବାଦ ମିଶନ ଭାରତ ସରକାରଙ୍କ ଏକ ସ୍କିମ୍. ଭାଷା ପ୍ରତିବନ୍ଧକକୁ ଅଗ୍ରସର କରି ଜ୍ଞାନରୂପୀ ସମାଜ ଗଠନ କରିବା ଏହାର ଲକ୍ଷ୍ୟ|ସମ୍ବିଧାନରେ ତାଳିକାଭୁକ୍ତ ସବୁ ଭାରତୀୟ ଭାଷାରେ ଅନୁବାଦ ଦ୍ୱାରା ଜ୍ଞାନର ପ୍ରଚାର କରିବା ହେଉଛି ଏମଟିଏମ୍ ର ଲକ୍ଷ୍ୟ|

ଅନୁବାଦକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ, ଅନୁବାଦର ପ୍ରକାଶନ ପାଇଁ ପ୍ରକାଶକମାନଙ୍କୁ ଉତ୍ସାହିତ କରିବା ପାଇଁ, ଭାରତୀୟ ଭାଷାଗୁଡ଼ିକକୁ-ଭାରତୀୟ ଭାଷାଗୁଡ଼ିକର-ଭାରତୀୟ ଭାଷାଗୁଡ଼ିକରୁ ପ୍ରକାଶିତ ହୋଇଥିବା ଅନୁବାଦର ଡାଟାବେସ୍ ତିଆରି କରିବା ଏବଂ ଅନୁବାଦ ଉପରେ ତଥ୍ୟର ସୂଚନାଗୃହ ହେବା ପାଇଁ ବହୁତ ଉଦ୍ୟମ ହୋଇସାରିଛି | ଏହିସବୁ ଉଦ୍ୟମ ବଳରେ ଏନଟିଏମ୍ ଭାରତରେ ଅନୁବାଦ ଶିଳ୍ପ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ରଖେ| ଅନୁବାଦ ଦ୍ୱାରା ନୂତନ ପାରିଭାଷିକ ଶବ୍ଦାବଳୀ ଓ ବାକ୍ୟଶୈଳୀ ତିଆରି କରି ଭାଷାଗୁଡ଼ିକର ଆଧୁନିକିକରଣକୁ ସହଜଜନକ କରିବ| ଅନୁବାଦକମାନେ ଆଧୁନିକିକରଣ ପ୍ରକ୍ରିୟାରେ ବିଶେଷତଃ ଭାରତୀୟ ଭାଷାଗୁଡ଼ିକରେ ଏକାଡେମିକ ବାକ୍ୟଆଲୋଚନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ

ଜ୍ଞାନସମ୍ବିଳିତ ପାଠ୍ୟର ଅନୁବାଦ ହେଉଛି ଅନୁବାଦ ଶିଳ୍ପ ପ୍ରତିଷ୍ଠା କରିବାର ଲକ୍ଷ୍ୟରେ ପ୍ରଥମ ପଦକ୍ଷେପ| ଜ୍ଞାନର ପ୍ରଚାର ପାଇଁ ଉଦ୍ଦିଷ୍ଟ ସମସ୍ତ ପାଠ୍ୟ ବିଷୟ ଏନଟିଏମ୍ ର ଜ୍ଞାନପାଠ୍ୟ ଅଟେ. ବର୍ତ୍ତମାନ, ଏନଟିଏମ୍ ୨୨ଟି ଭାରତୀୟ ଭାଷାରେ ସମ୍ବନ୍ଧିତ ପାଠ୍ୟ ବିଷୟଗୁଡ଼ିକର ଅନୁବାଦରେ କାର୍ଯ୍ୟରତ| ଇଂରାଜୀରେ ଉପଲବଧ ଉଚ୍ଚଶିକ୍ଷାର ଜ୍ଞାନପାଠ୍ୟଗୁଡ଼ିକୁ ଭାରତୀୟ ଭାଷାଗୁଡ଼ିକରେ ଅନୁବାଦ କରି ଏନଟିଏମ୍ ଜ୍ଞାନର ଏକ ବିସ୍ତୃତ ପାଠ୍ୟ ପ୍ରସ୍ତୁତ କରିବ|