ଶବ୍ଦାବଳୀ

ଉଚ୍ଚଗୁଣ ସମ୍ପନ୍ନ ଅନୁବାଦ ଉପକରଣ ଯଥା ଶବ୍ଦକୋଷ, ଥେସରୀ ପ୍ରସ୍ତୁତ କରିବା ହେଉଛି ଏନଟିଏମ୍ ର ୨୨ଟି ଭାଷାରେ ଦ୍ୱିଭାଷୀ ଏବଂ ଇ-ଅଭିଧାନଗୁଡ଼ିକ ତିଆରି କରାଯାଉଛି |କଥିତ ଭାଷା, ବ୍ୟାବହାରିକ ପ୍ରାସଙ୍ଗିକ ବାକ୍ୟ, ବହୁ ଉଦାହରଣ ଏବଂ ଅନବରତଭାବେ ବ୍ୟବହୃତ ଶବ୍ଦ ଏବଂ ସେମାନଙ୍କ ବ୍ୟବହାର ଆଦି ବିଷୟକୁ ନେଇ ଏହି ଶବ୍ଦକୋଷ ସ୍ୱତନ୍ତ୍ର ଅଟେ |

ଏନଟିଏମ୍ ବିଭିନ୍ନ ଭାରତୀୟ ଭାଷାରେ ଶବ୍ଦକୋଷ ପ୍ରସ୍ତୁତି କାର୍ଯ୍ୟ ହାତକୁ ନେଇଛି, ଦୁଇ ପ୍ରକାରର ଶାବ୍ଦିକ ବିଷୟ ବର୍ତ୍ତମାନ ଚାଲିଛି :
   କ)    ବାଇଲିଙ୍ଗୁଏଲ୍ ବେସିକ୍ ଶବ୍ଦକୋଷ
   ଖ)    ବାଇଲିଙ୍ଗୁଏଲ୍ ଇ-ଶବ୍ଦକୋଷ

ବାଇଲିଙ୍ଗୁଏଲ୍ ବେସିକ୍ ଶବ୍ଦକୋଷଗୁଡ଼ିକ
ଭାରତୀୟ ଭାଷା ସଂସ୍ଥା, ୟୁନାଇଟେଡ୍ କିଂଗଡମ୍ ର ଲଙ୍ଗମ୍ୟାନ୍ ପିଅରସନ୍ ଗ୍ରୁପ୍ ସହ ଦ୍ୱିଭାଷୀ ଶବ୍ଦକୋଷର ପ୍ରସ୍ତୁତି ପାଇଁ ୨୦୦୬ ମସିହା, ମଇ ଏବଂ ଜୁନ୍ ମାସରେ ପ୍ରଥମ ପଦକ୍ଷେପ ନେଲେ |ଏହି ଶବ୍ଦକୋଷଗୁଡ଼ିକ ଅନୁବାଦକର ଉପକରଣ ହେବାରେ ସହାୟକ ହେବ,ଏହାର ଉଦ୍ଦେଶ୍ୟ ଏବଂ ଯେତେବେଳେ ୨୦୦୮ ମସିହାରେ ଏନଟିଏମ୍ ଗଠିତ ହେଲା, ଏହି କାମଟି ଏନଟିଏମ୍ ରେ ନିଆଗଲା | ଏହି ଦ୍ୱିଭାଷୀ ଶବ୍ଦକୋଷଗୁଡ଼ିକ ବ୍ରିଟିଶ୍ ନେସେନାଲ୍ କର୍ପସ ଆଧାରିତ ପ୍ରାୟ ୧୪୦୦୦ ଶବ୍ଦ ଏବଂ ବାକ୍ୟାଂଶଥିବା ବେସିକ୍ ଇଂରାଜୀ ଇଂରାଜୀ ଶବ୍ଦକୋଷକୁ ଗ୍ରହଣ କରିଛି |

ଲଙ୍ଗମ୍ୟାନ ଏନଟିଏମ୍ ସିଆଇଆଇଏଲ୍ ବେସିକ୍ ଦ୍ୱିଭାଷୀ ଶବ୍ଦକୋଷଗୁଡ଼ିକୁ ବିଭିନ୍ନ ସ୍ତରରେ ଅଣାଯିବା ବିଚାର କରାଯାଇଛି, ପ୍ରଥମ ସ୍ତରରେ ବଙ୍ଗଳା, ହିନ୍ଦି, କନ୍ନଡ଼, ମାଲୟାଲମ୍, ଓଡ଼ିଆ ଏବଂ ତାମିଲ୍ ଭାଷାରେ ଏହି ଶବ୍ଦକୋଷଗୁଡ଼ିକୁ ପ୍ରକାଶିତ କରାଯାଇଛି ଏବଂ ପଞ୍ଜାବୀ,ଗୁଜୁରାଟୀ, ମରାଠୀ,ତେଲୁଗୁ, ଉର୍ଦ୍ଦୁ ଭାଷାରେ ମଧ୍ୟ ଶିଘ୍ର ପ୍ରକାଶ କରିବାର ଯୋଜନା ଅଛି |

୨୦୧୧-୨୦୧୨ ରେ ପିଅରସନ୍ ଏଜୁକେସନ୍ ଦ୍ୱାରା ପ୍ରକାଶିତ ଶବ୍ଦକୋଷଗୁଡିକର ତାଲିକା :
  ୧. ଲଙ୍ଗମ୍ୟାନ-ସିଆଇଆଇଏଲ୍ ଇଂରାଜୀ ଇଂରାଜୀ ହିନ୍ଦି ଶବ୍ଦକୋଷ
  ୨. ଲଙ୍ଗମ୍ୟାନ୍-ସିଆଇଆଇଏଲ୍ ଇଂରାଜୀ ଇଂରାଜୀ ବଙ୍ଗଳା ଶବ୍ଦକୋଷ
  ୩. ଲଙ୍ଗମ୍ୟାନ୍-ସିଆଇଆଇଏଲ୍ ଇଂରାଜୀ ଇଂରାଜୀ କନ୍ନଡ
  ୪. ଲଙ୍ଗମ୍ୟାନ୍-ଏନଟିଏମ୍-ସିଆଇଆଇଏଲ୍ ଇଂରାଜୀ ଇଂରାଜୀ ଓଡ଼ିଆ ଶବ୍ଦକୋଷ
  ୫. ଲଙ୍ଗମ୍ୟାନ୍-ଏନଟିଏମ୍-ସିଆଇଆଇଏଲ୍ ଇଂରାଜୀ ଇଂରାଜୀ ମାଲୟାଲମ୍ ଶବ୍ଦକୋଷ
  ୬. ଲଙ୍ଗମ୍ୟାନ୍-ଏନଟିଏମ୍-ସିଆଇଆଇଏଲ୍ ଇଂରାଜୀ ଇଂରାଜୀ ତାମିଲ୍ ଶବ୍ଦକୋଷ

ଏନଟିଏମ୍ ଶବ୍ଦକୋଷ ପ୍ରସ୍ତୁତି କାମକୁ ସମ୍ବିଧାନ ସ୍ୱୀକୃତ ୨୨ଟି ଭାଷାରେ କରିବା ପାଇଁ ଉଦ୍ୟମ ଆରମ୍ଭ କରୁଛି |

ଦ୍ୱିଭାଷୀ ଇ-ଶବ୍ଦକୋଷ
ଏନଟିଏମ-ସିଆଇଆଇଏଲ୍ ପରାମର୍ଶ ସେବା ଏବଂ ପିଅରସନ୍ ଏଜୁକେସନ୍ ର ଲଙ୍ଗମ୍ୟାନ୍ ଏଡଭାନସ୍ଡ ବାଇଲିଙ୍ଗୁଏଲ୍ ଫ୍ରେମୱାର୍କ ର ଏକ୍ସଏମଏଲ୍ ଡାଟାସେଟ୍ ବ୍ୟବହାର କରିବାର ଲାଇସେନ୍ସ ପାଇଁ ଡର୍ଲିଂ କିଣ୍ଡର୍ସଲେ ପ୍ରା.ଲିଃ ସହ ଚୁକ୍ତି କରିଛି | ଆଇଡିଏମ୍ ସର୍ଭର୍ ରେ ଲଙ୍ଗମ୍ୟାନ ୟୁକେ ଏଲଏବିଏଫ୍ ଡାଟାସେଟ୍ ର A ରୁ Z ଶବ୍ଦସବୁ ଏନଟିଏମ୍ ପାଇଁ ଲୋଡ କରିଦେଇଛି | ଏଲଏବିଏଫ୍ ଡାଟାସେଟ୍, ଲଙ୍ଗମ୍ୟାନ ଦ୍ୱାରା ବିକଶିତ ଏବଂ ଆଇଡିଏମ୍ ଫ୍ରାନ୍ସ ଦ୍ୱାରା ବଜାରୀକୃତ ଡିକସେନେରୀ ପ୍ରଡକ୍ସନ୍ ସିଷ୍ଟମ୍ ଜରିଆରେ ବ୍ୟବହୃତ ହେବ | ଏନ୍ ଟି ଏମ୍ ଦ୍ୱିଭାଷିକ ଇଲେକ୍ଟ୍ରୋନିକ୍ ଶବ୍ଦକୋଷଗୁଡ଼ିକ ନିମ୍ନ ଉପରେ ଆଧାରିତ –

  » लंमेन डिक्सनारि अफ कनटेमपरारि इंलिज
  » लंमेन एडभान्स आमेरिकान डिक्सनारि
  » लंमेन डिक्सनारि अफ कनटेमपरारि इंलिज एन्ड कालसार
  » लंमेन बिजिनेस डिक्सनारि लंमेन डिक्सनारि अफ कनटेमपरारि इंलिज लेंगुयेज
  » ଲଙ୍ଗମ୍ୟାନ୍ କର୍ପସ୍ ନେଟୱାର୍କରୁ ତଥ୍ୟ

ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ବିଷୟକୁ ଅନ୍ତିମ ରୂପ ଦେବା ପାଇଁଏନ୍ ଟି ଏମ୍ ପିଅରସନ୍ ଏଜୁକେସନ୍ ସହିତ କାର୍ଯ୍ୟକରୁଛି |