ସଂପାଦକୀୟ ସହାଯତା ଗୋଷ୍ଠୀ

ଚୟନ କରାଯାଇଥିବା ପୁସ୍ତକଗୁଡ଼ିକର ପ୍ରତିଟି ଭାଷାରେ ଅନୁବାଦ ଏବଂ ପ୍ରକାଶନ କାର୍ଯ୍ୟର ପଥପ୍ରଦର୍ଶକ ରୂପେ ଆଠ ବା ନଅ ଜଣିଆ ସଂପାଦକୀୟ ସହାୟତା ଗୋଷ୍ଠୀ ଗଠନ କରାଯାଏ | ସଂପାଦକୀୟ ସହାୟତା ଗୋଷ୍ଠୀର ସଦସ୍ୟମାନେ ଅନବରତ ଭାବେ କର୍ମଶାଳାରେ ମିଳିତ ହୁଅନ୍ତି ନିମ୍ନଲିଖିତ କାର୍ଯ୍ୟ ପାଇଁ -

  » ଅନୁବାଦକ, ବିଷୟ ବିଶାରଦ, ପ୍ରକାଶକମାନଙ୍କ ଚିହ୍ନଟ ପାଇଁ ସାହାଯ୍ୟ କରିବା
  » ଅନୁବାଦକମାନଙ୍କୁ ପାରିଭାଷିକ ଶବ୍ଦାବଳୀ ଏବଂ ବିଷୟଗତ ସମସ୍ୟାରେ ସାହାଯ୍ୟ କରିବା
  » ଏନଟିଏମ୍ ଏବଂ ପ୍ରକାଶକଙ୍କ ସହ କାର୍ଯ୍ୟକଳାପରେ ଭାଗନେବା
  » ଅନୁଦିତ ବିଷୟର ମୂଲ୍ୟାଙ୍କନରେ ସାହାଯ୍ୟ କରିବା