କିଏ କିଏ ଅଛନ୍ତି ?

ଭାରତୀୟ ଭାଷା ସଂସ୍ଥା
ବର୍ତ୍ତମାନ, ଭାରତୀୟ ଭାଷା ସଂସ୍ଥା(ସିଆଇଆଇଏଲ୍) ଏନଟିଏମ୍ ର ମୁଖ୍ୟ ସଂଗଠନ ଏବଂ ସହାୟତାପ୍ରଦାନକାରୀ ସଂସ୍ଥା|ଏନଟିଏମ ମହୀଶୂର ସ୍ଥିତ ସିଆଇଆଇଏଲରୁ କାର୍ଯ୍ୟ କରେ| ରାଷ୍ଟ୍ରୀୟ ଅନୁବାଦ ମିଶନର ନିର୍ଦ୍ଦେଶକ ରାଷ୍ଟ୍ରୀୟ ଅନୁବାଦ ମିଶନର ପ୍ରକଳ୍ପ ଉପଦେଷ୍ଟା ସମିତିର ସଦସ୍ୟ ସଚିବ ଭାବରେ କାର୍ଯ୍ୟ କରିବେ.(ସଂକ୍ଷିପ୍ତ ରୂପରେ ଏନ୍ ଟି ଏମ୍ ପିଏସି). ସିଆଇଆଇଏଲ୍ ର ନିର୍ଦ୍ଦେଶକ ମିଶନ୍ ର ପ୍ରମୂଖ ପଦାଧିକାରୀ ଅଟନ୍ତି | ବିଶିଷ୍ଟ କର୍ତ୍ତୃପକ୍ଷଙ୍କ ଅନୁମତି ପାଇ ଅନ୍ତିମରେ ଏନଟିଏମ୍ ଏକ ସ୍ୱୟଂଶାସିତ ସଂସ୍ଥା ହେବ ବୋଲି ବିଚାର କରାଯାଏ | ଏନଟିଏମ୍ ସାହିତ୍ୟ ଏକାଡେମି, ଜାତୀୟ ବୁକ୍ ଟ୍ରଷ୍ଟ(NBT) ଏବଂ ବୈଜ୍ଞାନିକ ଏବଂ ପାରିଭାଷିକ ଶବ୍ଦାବଳୀ ଆୟୋଗ(CSTT), ଏବଂ ସିଡେକ୍ ସହ କାମ କରେ |

ଏନଟିଏମ୍ ର ଏକ ପ୍ରକଳ୍ପ ଉପଦେଷ୍ଟା କମିଟୀ ରହିଛି. ଯିଏକି ଏନଟିଏମ୍ ର ସର୍ବୋଚ୍ଚ ନିୟମକର୍ତ୍ତା ଅଟେ| ଏଥିରେ ଅନୁବାଦ ଶିକ୍ଷା ଏବଂ ଅନୁବାଦ କାର୍ଯ୍ୟରୁ, ବିଭିନ୍ନ ବିଶ୍ୱବିଦ୍ୟାଳୟ ବିଭାଗରୁ, ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ୍ୟ, ବିଶ୍ୱବିଦ୍ୟାଳୟର ଉପକୂଳପତି, ପ୍ରକାଶନ ସଂସ୍ଥା, ସୂଚନା ବିଜ୍ଞାନ, ଭାରତ ସରକାର ଏବଂ ଆଇଆଇଟି ପରି ଅନୁଷ୍ଠାନରୁ ଜଣେ ଜଣେ ମିଶାଇ ଏହି ଉପଦେଷ୍ଟା କମିଟୀରେ ୨୫ଜଣ ବିଶାରଦ ଅଛନ୍ତି |

ପ୍ରକଳ୍ପ ଉପଦେଷ୍ଟା କମିଟୀ ଛଡ଼ା, ଏନଟିଏମ୍ କୁ ଉପଦେଶ ଏବଂ ଦିଗ୍ ଦର୍ଶନ ଦେବା ପାଇଁ ଏନଟିଏମ୍ ର ରହିଛି ଚାରିଟି ଉପ-କମିଟୀ:
i. ଦର ପାଇଁ ଉପ-କମିଟୀ
ii. କପିରାଇଟ୍ ଏବଂ ନ୍ୟାୟଗତ ବିଷୟ ପାଇଁ ଉପ-କମିଟୀ
iii. ଜ୍ଞାନପାଠ୍ୟ ପାଇଁ ଉପ-କମିଟୀ
iv. ଅନୁଦାନ ସହାୟତା ପାଇଁ ଉପ-କମିଟୀ
 
ପ୍ରକଳ୍ପ ଉପଦେଷ୍ଟା କମିଟୀ
ପ୍ରମୂଖ ଅଧିକାରୀ: ନିର୍ଦ୍ଦେଶକ, ସିଆଇଆଇଏଲ୍
ପ୍ରକଲ୍ପ ନିର୍ଦ୍ଦେଶକ
ଏନଟିଏମ୍ ପାଇଁ ସ୍ଥିରୀକୃତ ପଦବୀ: ୬୫
ସହାୟତା ଷ୍ଟାଫ୍