ପାରିଭାଷିକ ଶବ୍ଦାବଳୀ

ଜ୍ଞାନପାଠ୍ୟ ଅନୁବାଦର ପ୍ରାଥମିକ ଆବଶ୍ୟକତା ହେଉଛି ବୈଜ୍ଞାନିକ ଏବଂ ପାରିଭାଷିକ ଶବ୍ଦାବଳୀର ଅନୁବାଦ ଏବଂ ମାନକୀକରଣ | ଏଯାଏଁ ଭାରତୀୟ ଭାଷାଗୁଡ଼ିକରେ ପାରିଭାଷିକ ଶବ୍ଦାବଳୀର ବ୍ୟବହାରରେ ମେଳ ନାହିଁ | କେତେଭାଷା ଯଥା ତାମିଲ, ବଙ୍ଗଳାରେ ଗୋଟିଏ ବିଷୟରେ ଗୋଟିଏରୁ ଉର୍ଦ୍ଧ୍ୱ ପାରିଭାଷିକ ଶବ୍ଦାବଳୀ ରହିଛି, ଯେତେବେଳେ ଅନ୍ୟ କେତୋଟି ଭାଷାରେ ଗୋଟିଏ ବି ପାରିଭାଷିକ ଶବ୍ଦାବଳୀ ନାହିଁ | ଭାରତୀୟ ଭାଷାଗୁଡ଼ିକରେ ପାରିଭାଷିକ ଶବ୍ଦାବଳୀର ମାନକୀକରଣ ପାଇଁ ଏନଟିଏମ, ବୈଜ୍ଞାନିକ ଏବଂ ପାରିଭାଷିକ ଶବ୍ଦାବଳୀ ଆୟୋଗର ସହଯୋଗରେ କାମ କରେ | ବାଇଶିଟି ଭାରତୀୟ ଭାଷାରେ ପାରିଭାଷିକ ଶବ୍ଦାବଳୀର ଗଠନ ପାଇଁ ଏନଟିଏମ୍ ର ପଦକ୍ଷେପଗୁଡ଼ିକ ସି.ଏସ୍.ଟି.ଟି ର ଉଦ୍ୟମକୁ ଦୃଢ କରିବ ଫଳତଃ ଜ୍ଞାନ ସମ୍ବଳିତ ପାଠ୍ୟଗୁଡିକର ଅନୁବାଦ ଶୀଘ୍ର ହେବ|