ଅନୁବାଦ କାର୍ଯ୍ୟ

ଏନଟିଏମ୍ ଭାରତର ବିଭିନ୍ନ ପ୍ରକାଶକମାନଙ୍କ ସହ ଅନୁବାଦ ପ୍ରକାଶ କରେ, ଏହି ପ୍ରକାଶକମାନେ ହେଉଛନ୍ତି, ପ୍ରଥମ ଯାହା ପାଖରେ ଏହି ପୁସ୍ତକଗୁଡ଼ିକର ସ୍ୱତ୍ତ୍ୱାଧିକାର ରହିଛି ଏବଂ ଦ୍ୱିତୀୟ ଭାରତର ବିଭିନ୍ନ ଅଞ୍ଚଳରେ ରହି ଭାରତୀୟ ଭାଷାରେ ପ୍ରକାଶ କରୁଥିବା ପ୍ରକାଶକମାନେ | ଏନଟିଏମ୍ ଏହି ପ୍ରକାଶକମାନଙ୍କ ସହ ଅନୁଦିତ ପୁସ୍ତକଗୁଡ଼ିକର ବିକ୍ରୀ ଏବଂ ବଣ୍ଟନ ପାଇଁ କାମ କରେ |

ଅନୁବାଦ ପାଠ୍ୟ ଆଣିବା ପାଇଁ ଏନଟିଏମ ଦୁଇଟି ଅସ୍ଥାୟୀ ଧାରାରେ କାମ କରେ

  » ମୂଳ ପ୍ରକାଶକ ନିଜେ ଅନୁବାଦ ଏବଂ ତାର ପ୍ରକାଶନ କରି ପାରିବେ, ଯେଉଁଠି ଏନଟିଏମ୍ ଖର୍ଚ୍ଚର ଏକଅଂଶ ବହନ କରିବ ବା ଏକାଡେମିକ ସହାୟତା ଦେବ |
  » ଯଦି ମୂଳ ପ୍ରକାଶକ ପୁସ୍ତକର ଅନୁବାଦରେ ଆଗ୍ରହୀ ହେବେ ନାହିଁ, ତେବେ ଏନଟିଏମ୍ ଅନୁବାଦ କାର୍ଯ୍ୟ ଏବଂ ଅନୁଦିତ ପୁସ୍ତକର ପ୍ରକାଶନ ଏବଂ ବିକ୍ରୀ ପାଇଁ ଆଞ୍ଚଳିକ ପ୍ରକାଶକମାନଙ୍କୁ ଆଉଟସୋର୍ସ କରେ |ଏଥିରେ ଅନୁଦିତ ପୁସ୍ତକର ମାଲିକାନା ଏନଟିଏମ ପାଖରେ ରହେ |ମୂଳ ପାଠ୍ୟର ସ୍ୱତ୍ତ୍ୱାଧିକାରୀକୁ ରୋୟଲ୍ଟୀ ଦିଆଯାଏ |ଯଦି ଆଞ୍ଚଳିକ ପ୍ରକାଶକ ପୁସ୍ତକଟିକୁ ଅନୁବାଦ କରିବା ପାଇଁ ଅସମର୍ଥ, ତେବେ ଏନଟିଏମ୍ ନିଜେ ବିଶାରଦମାନଙ୍କ ଦ୍ୱାରା ପୁସ୍ତକଟିର ଅନୁବାଦ କରାଇ କ୍ୟାମେରା ରେଡି କପି ପ୍ରସ୍ତୁତ କରି ଆଞ୍ଚଳିକ ପ୍ରକାଶକଙ୍କୁ ତାର ପ୍ରକାଶନ ଏବଂ ବିକ୍ରୀ ପାଇଁ ଦେଇଥାଏ |

ଦ୍ୱିତୀୟ ଧାରାକୁ ଅନୁବାଦ କାର୍ଯ୍ୟର ଟର୍ନକି ଧାରା କୁହାଯାଏ |