ଆଇନ୍ ସଂଗତ ରୂପରେଖ

ରାଷ୍ଟ୍ରୀୟ ଅନୁବାଦ ମିଶନ୍ ସରକାରଙ୍କ ପ୍ରଶାସନିକ ଆଦେଶରେ ସ୍ଥାପିତ ହେବାର ଅଛି ଯାହାର ସି.ଆଇ.ଆଇ.ଏଲ୍,ମହୀଶୂର ହେବ ମୁଖ୍ୟକେନ୍ଦ୍ର, ଏବଂ ଦିଲ୍ଲୀରେ ହେବ ତାର ଲିଆସନ ଅଫିସ୍.କାର୍ଯ୍ୟ ଅନ୍ୱୟନରେ ଏହା ନିଶ୍ଚୟ ନିଜର ଉପକାର ପାଇବ.ଯାହାବିହେଉ, ମିଶନ ଯେତେବେଳେ ଏକ ଦୃଢ ପଦରେ ଉପସ୍ଥିତ ହେବ, ନିଶ୍ଚୟ ଏହା ସି.ଆଇ.ଆଇ.ଏଲ୍ ଠୁଁ ଅଲଗା ହୋଇ ସାମାଜିକ ପଞୀକରଣ ନିୟମ(କେନ୍ଦ୍ରନିୟମ ୧୮୬୦) ରେ ଏକ ସ୍ୱୟଂଶାସିତ ସଂଗଠନ ରୂପେ ପ୍ରତିଷ୍ଠିତ ହେବ. ଏନ୍.ଟି.ଏମ୍ ର ପରିଚାଳନା ଢାଂଚା ବା ଛାଂଚକୁ କ୍ଷୁଦ୍ର ଏବଂ ନମନୀୟ କରାଯିବାର ଯୋଜନା କରାଯାଇଛି. ଏନ୍.ଟି.ଏମ୍ ର ସାଙ୍ଗଠାନିକ ଢାଂଚା ପାଇଁ ପ୍ରାଥମିକ ଭାବରେ ତିନିଟି ସ୍ତର ରଖିବାର ପ୍ରସ୍ତାବ କରାଯାଇଥିଲା.

ଏନଟିଏମ୍.ର ପରିଚାଳନା ଢାଞ୍ଚା ଛୋଟ ଏବଂ ନମନୀୟ ହେବ ବୋଲି ପରିକଳ୍ପନା କରାଯାଇଛି. ଏନଟିଏମ୍.ର ଆନୁଷ୍ଠାନିକ ଢାଞ୍ଚାରେ ତିନୋଟି ସ୍ତର ରହିବାର ପ୍ରସ୍ତାବ ଅଛି :

  » ଏଚ୍.ଆର୍.ଏମ୍ ଦ୍ୱାରା ନେତୃତ୍ୱାଧିନ ସଦସ୍ୟସହ ଉପଦେଷ୍ଟା ସମିତି
  » ସିନିୟର ସ୍କୋଲାର ବା ମାନବୀୟ ସମ୍ବଳ ମନ୍ତ୍ରାଳୟର ମନୋନୀତ ସଦସ୍ୟ ନେତୃତ୍ୱାଧିନ ପରିଚାଳନା ମଣ୍ଡଳୀ
  » ୧0୧ ସଦସ୍ୟ ଯୁକ୍ତ(ଆନୁଷ୍ଠାନିକ ଏବଂ ବ୍ୟକ୍ତିଗତଭାବେ ନିଆଯାଇଥିବା)ସାଧାରଣ ପରିଷଦ.

ସେ ଯାହା ବି ହେଉ,ବର୍ତ୍ତମାନ ୨୫ ଜଣିଆ ଗୋଟିଏ ପ୍ରକଳ୍ପ ଉପଦେଷ୍ଟା କମିଟୀ ଗଠନ ପାଇଁ ସ୍ଥିର କରାଯାଇଛି ଯାହା ପଥପ୍ରଦର୍ଶକ ହେବା ସହ ନିୟନ୍ତ୍ରକ ହେବ.ନିର୍ଦ୍ଦେଶକ, ସି.ଆଇ.ଆଇ.ଏଲ୍ , ଏନ୍.ଟି.ଏମ୍ ର ମୂଖ୍ୟ ଅଫିସର ଭାବରେ ଏହି କମିଟୀର ସେ ହେବେ ସଭାପତି. ଏନ୍.ଟି.ଏମ୍ ର ପ୍ରକଳ୍ପ ନିର୍ଦ୍ଦେଶକ ନିଯୁକ୍ତ ହେବା ପର୍ଯ୍ୟନ୍ତ, ମିଶନ୍ ର କାର୍ଯ୍ୟ ବନ୍ଦ ହେବା ଉଚିତ୍ ନୁହେଁ, ଏକାଡେମୀ ସେକ୍ରେଟେରୀ, ସି.ଆଇ.ଆଇ.ଏଲ୍, ପ୍ରକଳ୍ପ ଉପଦେଷ୍ଟା କମିଟୀ ର ସଦସ୍ୟ ସେକ୍ରେଟେରୀ ରୂପେ କାର୍ଯ୍ୟ କରିବେ.ଏହା ପୁଣି ପଦ ବଳରେ ପ୍ରାପ୍ତ ତିନିଜଣ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରିବ ଯେଉଁମାନଙ୍କ ଭିତରୁ ଜଣେ ଭାଷା ନିର୍ଦ୍ଦେଶକଙ୍କଦ୍ୱାରା ଆଉ ଜଣେ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ,ଏମ୍.ଏଚ୍.ଆର୍.ଡି ଏବଂ ଆଉଜଣେ ଜେଏସ୍,ଏଫ୍ ଏ,ବା ଏଚ୍.ଆର୍.ଡି ଦ୍ୱାରା ପ୍ରେରିତ ଏବଂ ସି.ଏସ୍.ଟି.ଟିର ସଭାପତି, ନୂଆଁଦିଲ୍ଲୀ.

ଉପରୋକ୍ତ ପାଞ୍ଚଜଣ ସଦସ୍ୟ ଛଡା ଅନ୍ୟ କୋଡିଏ ଜଣ ସଦସ୍ୟ ମାନବୀୟ ସମ୍ବଳ ବିକାଶ ମନ୍ତ୍ରାଳୟଦ୍ୱାରା ଆବର୍ତ୍ତନୀୟ ଭିତ୍ତିରେ ଚୟନିତ କରାହେବେ.କ)ଅନୁବାଦ ଶିକ୍ଷା ଦେଉଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟର ବିଭାଗଗୁଡିକ ମଧ୍ୟରୁ ଦୁଇଜଣ ପ୍ରତିନିଧି.ଖ)ଭାଷା ଏବଂ ଅନୁବାଦ ଉପରେ କାର୍ଯ୍ୟରତ ବିଭିନ୍ନ ରାଜ୍ୟର ବିଭିନ୍ନ ସଂସ୍ଥା ଏବଂ ଏକାଡେମୀରୁ ଦୁଇଜଣ ପ୍ରତିନିଧି.ଗ)ଭାଷା ବିଶ୍ୱବିଦ୍ୟାଳୟରୁ ଜଣେ ଉପକୂଳପତି.ଘ)ପୁସ୍ତକ ବିକ୍ରେତା ଏବଂ ପ୍ରକାଶକମାନଙ୍କ ମଧ୍ୟରୁ ତିନିଜଣ.ଙ)ସେକ୍ରେଟାରୀ,ସାହିତ୍ୟ ଏକାଡେମୀ.ଚ) ନିର୍ଦ୍ଦେଶକ,ଏନ୍.ବି.ଟି.ଛ)(ଆର୍ ଡି) ଅନୁବାଦର ଉପକରଣ ଏବଂ ଅନୁବାଦ ଉଦ୍ୟୋଗରେ କାମକରୁଥିବା ବିଭିନ୍ନ ଆଇ.ଆଇ.ଟି/ଏନ୍.ଆଇ.ଟି ଏବଂ ଶିଳ୍ପସଂସ୍ଥାରୁ ଦୁଇଜଣ ପ୍ରତିନିଧି.ଜ)ବିଭିନ୍ନ ଭାରତୀୟ ଭାଷା ଏବଂ ଇଂରାଜୀରୁ ପାଞ୍ଚଜଣ ଅନୁବାଦ ବିଶାରଦ.ଝ)ବିଭିନ୍ନ ଶାଖାରୁ ଦୁଇଜଣ ପ୍ରତିନିଧି.ଞ)ବେସରକାରୀ ସଙ୍ଗଠନ ବା ଅନୁବାଦ କାର୍ଯ୍ୟରେ ଇଚ୍ଛାରଖୁଥିବା ବ୍ୟକ୍ତିବିଶେଷରୁ ଜଣେ.

ଏହାଛଡା ଏନ୍.ଟି.ଏମ୍ ପୁଣି କେତେଗୁଡିଏ ଉପ ଉପଦେଷ୍ଟା କମିଟୀ ଗଠନ କରିବ ଯାହା ବ୍ୟକ୍ତିଗତ ପରାମର୍ଶଦାତା ଏବଂ ବିଶାରଦ ପ୍ରତ୍ୟେକ ବିଭାଗରୁ(ବୈଜ୍ଞାନିକ ଅନୁବାଦ,ବୈଷୟିକ ଅନୁବାଦ,ଆକସ୍ମିକ ଅନୁବାଦ ବା ମେସିନ୍ ଅନୁବାଦ) ବଛାଯାଇ ଗ୍ରହଣ କରାଯିବ.


1. ଏହା ମଧ୍ୟ ସ୍ଥିର କରାଯାଇଛି ଯେ ଏନ୍.ଟି.ଏମ୍ ର ଉପଦେଷ୍ଟା ସମିତି ରେ ମାନବସମ୍ବଳ ବିକାଶ ମନ୍ତ୍ରାଳୟଦ୍ୱାରା ସ୍ୱୀକୃତ ୨୫ଜଣ ସଦସ୍ୟ ରହିବେ ଏବଂ ଏହା ହେବ ଏନ୍.ଟି.ଏମ୍ ପାଇଁ ଉଚ୍ଚତମ ନିର୍ଣ୍ଣୟ କତୃପକ୍ଷ.

2. ଅନୁବାଦ ଶିକ୍ଷା ଦେଉଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟର ବିଭାଗଗୁଡିକରୁ ଏବଂ ଅନୁବାଦ ପ୍ରତି ଉତ୍ସର୍ଗୀକୃତ ବିଭିନ୍ନ ରାଜ୍ୟର ଅନୁଷ୍ଠାନ ଗୁଡିକରୁ,ପ୍ରାଦ୍ୟୋଗିକ ସଂସ୍ଥାମାନଙ୍କର ପ୍ରତିନିଧିମାନଙ୍କରୁ,ପ୍ରକାଶନ କ୍ଷେତ୍ର ଏବଂ ଆଇ.ଆଇ.ଟି, ଏନ୍.ଆଇ.ଟି ମାନଙ୍କରୁ ଏବଂ ଅନୁବାଦ ଦାୟିତ୍ୱରେ ଥିବା ଔପଚାରିକ ବ୍ୟକ୍ତିବିଶେଷମାନଙ୍କଠୁଁ ସଦସ୍ୟଗ୍ରହଣ କରାଯିବାର ଯୋଜନା କରାଯାଇଛି. ଏହା ମଧ୍ୟ ପ୍ରସ୍ତାବ ଅଛି ଯେ ପରିଚାଳନା ମଣ୍ଡଳୀ ଉପରୋକ୍ତ ସମସ୍ତ ବିଭାଗରୁ ଦୁଇଦୁଇ ଜଣ ସଦସ୍ୟ ରଖିପାରିବ.ସାଧାରଣ ପରିଷଦରେ ୧୦୧ ସଦସ୍ୟ ରଖିବାର ପ୍ରସ୍ତାବ ଦିଆଯାଇଥିଲା. ଏହା ମଧ୍ୟ ଭାବନା ଥିଲା ଯେ ପରିଚାଳନା ମଣ୍ଡଳୀ ସାଧାରଣ ପରିଷଦଠୁଁ ପ୍ରସ୍ତାବ ପାଇବ.ସାଧାରଣ ପରିଷଦରେ ଅନୁବାଦ ଶିଳ୍ପ,ଅନେକ ଅନୁବାଦ ସଙ୍ଗଠନ,ଲେଖକ ବୃନ୍ଦ,ଶବ୍ଦକୋଷାକାର ଏବଂ ବିଭିନ୍ନ ଭାଷାର ଅନୁବାଦକ,ସିଏସ୍ ଟିଟି,ଏନ୍.ବି.ଟି ର ନିର୍ଦ୍ଦେଶକ, ସେକ୍ରେଟାରୀ,ସାହିତ୍ୟ ଏକାଡେମୀ,ଅନୁବାଦ ଉପରେ ସ୍ନାତକ ବା ଡିପ୍ଲୋମା ଦେଉଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟର ବିଭାଗ,ଅନୁବାଦରେ ନିଯୁକ୍ତ ବିଭିନ୍ନ ଶାଖାର ପ୍ରତିନିଧି ହିଁ ସଦସ୍ୟତା ପାଇବେ.ଏହାଛଡା ଭାରତୀୟ ଭାଷାରେ କାମକରୁଥିବା ସରକାରଙ୍କ ବିଭିନ୍ନ ବିଭାଗ(ଏଚ୍.ଆର୍.ଡି,ସଂସ୍କୃତି,ହୋମ୍ ଏଫେୟାର୍ସ,ସୂଚନା ଏବଂ ପ୍ରସାରଣ,ଯୋଗାଯୋଗ ଏବଂ ସୂଚନା ପ୍ରାଦ୍ୟୋଗିକ, ବାହ୍ୟିକ ବ୍ୟାପାର,) ମଧ୍ୟ ସାଧାରଣ ପରିଷଦରେ ସ୍ଥାନ ପାଇପାରିବେ.

3. ଏହା ପ୍ରସ୍ତାବ ଦିଆଯାଇଥିଲା କି ସାମାନ୍ୟ ପରିଷଦର ଆରମ୍ଭ କରିବାକୁ 101 ସଦସ୍ୟ ରଖାଯାଇପାରିବ. ଏହି ଆଧାରରେ ତ୍ରି-ଶୃଙ୍ଖଳା ଆକାର ମଧ୍ୟରେ ପ୍ରବାହ ବିଷୟରେ ସଞ୍ଚାଳକ ମଣ୍ଡଳ, ସାମାନ୍ୟ ପରିଷଦରୁ ଉପଦେଶ ପ୍ରାପ୍ତ କରିବ. ଏହା ଧ୍ୟାନ ଦିଆଯାଇଥିଲା କି ଏହି ସମିତିର ସାମାନ୍ୟ ପରିଷଦର ସଦସ୍ୟତାରେ ଅନୁବାଦ ଉଦ୍ୟୋଗର ପ୍ରତିନିଧି, ବିଭିନ୍ନ ଅନୁବାଦ ସଂଘ, ସ୍ବତନ୍ତ୍ର ଲେଖକ, ସଂକଳକ, ଓ ବିଭିନ୍ନ ଦୁଇଟି ଭାଷାର ପ୍ରତିନିଧିତ୍ବ କରୁଥିବା ଅନୁବାଦ, ସି ଏସ୍ ଟି ଟି, ଏନ୍ ବି ଟି, ସାହିତ୍ୟ ଏକାଡେମୀ, ଆଇ ସି ଏସ୍ ଏସ୍ ଆର୍, ଆଇ ସି ପି ଆର୍ ଇତ୍ୟାଦିର ଅଧ୍ୟକ୍ଷ/ନିର୍ଦ୍ଦେଶକ/ସଚୀବ, ବିଶ୍ବବିଦ୍ୟାଳୟଗୁଡ଼ିକରୁ ଖ୍ୟାତିପ୍ରାପ୍ତ ବିଦ୍ବାନ ଯିଏ କି ଅନ୍ୟ ବିଷୟ (ହିନ୍ଦୀ/ଇଂରାଜୀ/ଭାଷାବିଜ୍ଞାନ/ତୁଳନାତ୍ମକ ସାହିତ୍ୟ ଇତ୍ୟାଦି) ମଧ୍ୟରେ ଅନୁବାଦ ଉପରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଏ, ଅନୁବାଦ ଅଧ୍ୟୟନରେ ଏମ୍. ଏ. /ଏମ୍. ଫିଲ୍/ ପି.ଜି. ଡିପ୍ଲୋମା କାର୍ଯ୍ୟକ୍ରମ, ଅନୁବାଦ (ଯେପରିକି କାନୁନ୍ ଚିକିତ୍ସା, ଶାରିରୀକ ବିଜ୍ଞାନ, ଜୈବିକ ବିଜ୍ଞାନ, ସମାନ ବିଜ୍ଞାନ, ସାହିତ୍ୟ, କଳା ଇତ୍ୟାଦି) ରେ ସଂଲଗ୍ନ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ, ଯେଉଁମାନେ କି ଖ୍ୟାତିପ୍ରାପ୍ତ ସଂସ୍ଥା ଗୁଡ଼ିକ ସହିତ ଜଡ଼ିତ ଲୋକମାନେ ସମ୍ମିଳିତ ହେବେ. ଉପର ବର୍ଣ୍ଣିତ ଛଡ଼ା ଅତିରିକ୍ତ ଭାରତୀୟ ଭାଷାଗୁଡ଼ିକରେ କାର୍ଯ୍ୟ କରୁଥିବା ସରକାରର ବିଭିନ୍ନ ଶାଖାଗୁଡ଼ିକ/ କିମ୍ବା ମାନବ ସଂସାଧନ ବିକାଶ ମନ୍ତ୍ରାଳୟ, ସଂସ୍କୃତି, ଗୃହ ମନ୍ତ୍ରାଳୟ (ରାଜଭାଷା ବିଭାଗ ସହିତ), ସୂଚନା ଏବଂ ପ୍ରସାରଣ, ସୂଚନା ଏବଂ ସଂଚାର ପ୍ରାଦୌଗିକ, ବିଦେଶ ମନ୍ତ୍ରାଳୟ ଇତ୍ୟାଦି ମଧ୍ୟ ଏନ୍ ଟି ଏମ୍ ର ସାମାନ୍ୟ ପରିଷଦରେ ସମ୍ମିଳିତ କରାଯାଇ ପାରିବ.