ବୈଷୟିକ/ପ୍ରାଦ୍ୟୋଗିକ ବିଷୟସମୂହ

ଭାରତୀୟ ଭାଷାଗୁଡିକରେ ବୈଦ୍ୟୁତିକ ଅନୁବାଦ ଉପକରଣ ବର୍ତ୍ତମାନ ମଧ୍ୟ ଉନ୍ନତିର ପ୍ରଥମ ସ୍ତରରେ ଅଛି.ଏଭଳି ଉପକରଣ ୱାର୍ଡ ପ୍ରୋସେସର, ଶବ୍ଦକୋଷ, ମ୍ୟାନେଜମେଣ୍ଟ ଉପକରଣ, ଟାର୍ମ ବ୍ୟାଙ୍କ୍ସ, ଅନଲାଇନ ଶବ୍ଦକୋଷ, ଅନଲାଇନ ଏବଂ ଭିଜୁଏଲ ଥେସଉରି, ୱାର୍ଡ ଫାଇଣ୍ଡର୍ସ, ଅନୁବାଦ ମେମୋରିସଫ୍ଟୱେର୍ସ,ଅନୁବାଦ ଶିକ୍ଷାଦେଉଥିବା ସଫ୍ଟୱେର୍ସ,ପରିଭାଷା,କର୍ପୋରା,ସ୍ପେଲ ଚେକର୍ସ,ଇ ଶବ୍ଦକୋଷ,ପାରିଭାଷିକ ଶବ୍ଦାବଳୀ,ବ୍ୟାକରଣଗତ ପରିଭାଷା,ଅନଲାଇନ ଉପକରଣ,ସାଂସ୍କୃତିକ ଶବ୍ଦାବଳୀ ଅନ୍ତର୍ଭୂକ୍ତ କରେ.କେବଳ ମେସିନ ଅନୁବାଦ ପ୍ୟାକେଜକୁ ଛାଡି ଏ ସମସ୍ତେ ଅନୁବାଦକକୁ ସାହାଯ୍ୟ କରନ୍ତି କିନ୍ତୁ ପ୍ରକୃତ ଅନୁବାଦ କାର୍ଯ୍ୟ କରନ୍ତି ନାହିଁ.

କେତେ କାର୍ଯ୍ୟପାଇଁ ପ୍ରଶିକ୍ଷଣ ଏବଂ ମାନବୀୟ ପାରିଭାଷିକ ସମ୍ବଳର ଉନ୍ନତି ଦ୍ୱାରା ଏନଟିଏମ ମେସିନଅନୁବାଦରେ ପ୍ରାଦ୍ୟୋଗିକ ଅଗ୍ରଗତିକୁ ସହଯୋଗ ପ୍ରଦାନ କରିବ. ଏନଟିଏମ ସିଡେକ ଏବଂଟି଼ଡିଆଇଏଲ ଭଳି ଅନୁଷ୍ଠାନ ସହ ନିମ୍ନଲିଖିତ କ୍ଷେତ୍ରରେ ସାହାଯ୍ୟ କରିପାରିବ.

କ. ଅତ୍ୟାବଶ୍ୟକ ସାମଗ୍ରୀର ପ୍ରସ୍ତୁତି ବିଶେଷତଃ ଡିଜିଟାଲ ଉପକରଣ ଯଥା ଥେସଉରି,ଦ୍ୱୀଭାଷୀ ଅଭିଧାନ,ଅନୁବାଦ ମେମୋରିପାଇଁ ସଫ୍ଟୱେର ଯାହାର ପ୍ରୟୋଗ ଉନ୍ନତ ଏବଂ ଫଳପ୍ରଦ ଅନୁବାଦରେ ଶୀଘ୍ର କରାଯାଇପାରିବ.
ଖ. ଇ ଅଭିଧାନ,ୱାର୍ଡନେଟ,ଭାଷା ବିଶ୍ଲେଷଣ ଏବଂସଂଶ୍ଲେଷଣ ଉପକରଣ,ଶବ୍ଦାନୁକ୍ରମଣିକା,ବାରମ୍ବାରତା ବିଶ୍ଲେଷକ ଇତ୍ୟାଦି ପରି ଶାବ୍ଦିକ ସମ୍ବଳର ପ୍ରସ୍ତୁତି ଏବଂ ତାରି ଯତ୍ନ.ଏଠାରେ ବିଭିନ୍ନ ସଭା ଏବଂ ଅନଲାଇନ ଆଲୋଚନା ଅନୁଷ୍ଠିତ କରି ଅନବରତ ଆଦାନପ୍ରଦାନ ଦ୍ୱାରା ଏନଟିଏମ ଟିମୱାର୍କ ପାଇଁ ଏକ ସାଧାରଣ ସ୍ଥାନ ଯୋଗାଇ ପାରିବ.
ଗ. ମୂଳପାଠ୍ୟ ପାଇଁ ପ୍ରକାଶନ ଅଧିକାରର ବିଷୟ ଏବଂ ଶୁଦ୍ଧ ଅଙ୍କୀୟ ଆକାରରେ ଅନୁବାଦ ପାଇଁ ବିଚାର କରିବା.ଏନଟିଏମ ଏହା ନିଶ୍ଚିତ କରିପାରିବ ଯେ ଏହି ଡିଜିଟାଲ ବିଷୟବସ୍ତୁ ଉନ୍ନତମାନର ଢାଞ୍ଚାରେ ଯେମିତି ସମ୍ପାଦିତ ହେବ.
ଘ. ଉଚ୍ଚମାନର କର୍ପୋରା ସହ ଏଲଡିସିଆଇଏଲ ସୃଷ୍ଟି କରିଥିବା ଏନେଟେସନ୍ସ ଏବଂଏଲାଇନମେଣ୍ଟର ପ୍ରସ୍ତୁତି ଏବଂ ସମ୍ପାଦନା.
ଙ. ୧୫ଟି ଦେଶକୁ ଅନ୍ତର୍ଭୂକ୍ତ କରି ୟୁନାଇଟେଡ ନେସନ୍ସ ୧୯୯୬ରେ ଆରମ୍ଭ କରିଥିବା ୟୁନିଭାର୍ସାଲ୍ ନେଟୱାର୍କିଂ ଲେଙ୍ଗୁଏଜ୍‌ର ରୀତିରେ ଏକ ଅନ୍ତର୍ଭାଷୀ ଦୃଷ୍ଟିକୋଣର ପ୍ରୋତ୍ସାହନ.ଆଇଆଇଟି,ମୁମ୍ବାଇ ଇଂରାଜୀ ଏବଂ ଭାରତାୟ ଭାଷାରେ ମେସିନ ଟ୍ରନ୍ସଲେସନପାଇଁ ବିଭିନ୍ନ ଉପକରଣ,କୌଶଳ ଉଦ୍ଭାବନକରିଛି ଯାହା ସଂପ୍ରସାରଣ କରାଯାଇପାରେ.