ଉପସଂହାର

ଗୋଟିଏ ଦେଶ ଭାବରେ ଭାରତ ବର୍ତ୍ତମାନ ପରିପକ୍ୱ ଗଣତନ୍ତ୍ରର ଏକ ଆକର୍ଷଣୀୟ ସ୍ତରରେ ଛି଼ଡା ହୋଇଛି,ଯେତେବେଳେ ଦେଶ ନିଜସ୍ୱ ଭାବନାର ସ୍ୱତନ୍ତ୍ରତା ପାଇବାକୁ ଚେଷ୍ଟା କରୁଛି ଏବଂ ନିଜର ସମସ୍ୟାଗୁଡିକୁ ଆପଣେଇବାର ଇଚ୍ଛାକୁ ବଢାଇଛି ଏବଂ ବିବିଧ ସମ୍ପ୍ରଦାୟର ଲୋକମାନଙ୍କ ଏକାଠି ସହାବସ୍ଥାନକୁ ଦୃଢୀଭୂତ କରି ଏକ ନୂତନ ସାମାଜିକ ଶୃଙ୍ଖଳା ଆଡକୁ ଗତି କରୁଛି.ଭାଷାଗୁଡିକ ହେଉଛି ଆମର ବହୁବାଦୀ ପରମ୍ପରାର ଆତ୍ମା ଏବଂ ବହୁଭାଷୀତ୍ୱ ଆମ ଜୀବନର ଧାରା.ଭାରତୀୟ ଭାଷାଗୁଡିକର ପ୍ରୋତ୍ସାହନ ଆମ ଅଭିବୃଦ୍ଧିରେ ଏକ ଜରୁରୀ ଅଂଶ ଭାବେ ଦେଶଦ୍ୱାରା ଦୃଷ୍ଟି ଦିଆଯିବା ଉଚିତ୍ ଯାହା ଦେଶର ଜନତାର ଗଣତାନ୍ତ୍ରିକ ଅଂଶଗ୍ରହଣକୁ ବୃଦ୍ଧିକରିବ ଏବଂ ଆମ ମହାନ ଦେଶର ମହନତାର ଚାବିକାଠି ହେବ.ଭାଷା ଅଧ୍ୟୟନର ମହତ୍ତ୍ୱ ଆମ ସଂସ୍କୃତି ଭଲଭାବେ ହୃଦୟଙ୍ଗମ କରିଛି.ଏପରିକି ବୈଦିକ ଯୁଗରେ ଜ୍ଞାନର ଛଅଟି ଶାଖା(ଶିକ୍ଷା,ଯାହାର ଅର୍ଥ ଥିଲା ଧ୍ୱନିବିଜ୍ଞାନ କିନ୍ତୁ ବର୍ତ୍ତମାନ ସାଧାରଣ ଶିକ୍ଷା;ବ୍ୟାକରଣ,ନିରୁକ୍ତ- ବ୍ୟୁତ୍ପତ୍ତି,ଛନ୍ଦ) ଭାଷା ସହ ସମ୍ବନ୍ଧିତ ଥିଲା.ଭାରତୀୟ ବ୍ୟାକରଣ ବିତ୍(ଉଭୟ ସଂସ୍କୃତ ଏବଂ ତାମିଲ)ଭାଷା କ୍ଷେତ୍ରରେ କରିଥିବା କାମ ଉଚ୍ଚ କୋଟୀର ଏବଂ ଭାଷା ବିଜ୍ଞାନର ଆଧାର,ବହୁ ପାଶ୍ଚାତ୍ୟ ବିଦ୍ୱାନ ଆମ ପୂର୍ବଜମାନଙ୍କ ଭାଷା କ୍ଷେତ୍ରର କାମରୁ ଅନେକ ଜ୍ଞାନ ଲାଘବ କରି ଆଧୁନିକ ତତ୍ତ୍ୱକୁ ସମୃଦ୍ଧ କରିଛନ୍ତି.ସମୟ ଥିଲା ,ଯେତେବେଳେ ଜ୍ଞାନପାଠ୍ୟଗୁଡିକ ଭାରତରୁ ଏସିଆର ବିଭିନ୍ନ ପ୍ରାନ୍ତକୁ ଅନୁବାଦଦ୍ୱାରା ପ୍ରସାରିତ ହୋଇଥିଲା.ଏହା ସେଇ ଉପକରଣ ଯାହା ଆମେ ଅଷ୍ଟାଦଶ ଏବଂ ଉଣେଇଶ ଶତାବ୍ଦୀରେ ଭାରତକୁ ପାଶ୍ଚାତ୍ୟ ପ୍ରତ୍ୟୟଗୁଡିକୁ ଆଣିବାକୁ ଅଭ୍ୟସ୍ତ ଥିଲୁ ଏବଂ ଗତ ଶତାବ୍ଦୀ ସେଇ ଜ୍ଞାନରେ ଏକ ବିସ୍ଫୋରଣ ଆଣିଛି.ସେ ଯାହା ବି ହୋଇଛି,ପାଶ୍ଚାତ୍ୟରୁ କେବଳ ପାଠ୍ୟ ଏବଂ ଜ୍ଞାନର ପ୍ରବାହ ଭାରତକୁ ଆସିଛି.ଆମେ ବର୍ତ୍ତମାନ ମଧ୍ୟ ବହୁ କ୍ଷେତ୍ରରେ ଇଂରାଜୀ ଆଧାରିତ ପାଠ୍ୟ ଶିକ୍ଷା ଦେଉଛୁ କେବଳ ଦୂରଦୂରାନ୍ତର ଗାଁ ମାନଙ୍କରେ ବିକଳ୍ପ ନଥିବାରୁ କେତେ କ୍ଷେତ୍ରରେ ଆଞ୍ଚଳିକ ଭାଷାରେ ଶିକ୍ଷା ଦିଆଯାଉଛି.ଇଂରାଜୀ, ବ୍ୟବସାୟ ଏବଂ ଯୋଗାଯୋଗର ମାଧ୍ୟମ ରୂପେ ବିପୁଳପ୍ରସାରୀ ହୋଇପାରେ କିନ୍ତୁ ପ୍ରାଦେଶିକ ଶିକ୍ଷାବ୍ୟବସ୍ଥାରେ ତାର ଚାହିଦା ହ୍ରାସ ପାଉଛି. ଏହିରୁପେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟକ୍ଷେତ୍ରରେ ଭାଷାବୈଜ୍ଞାନିକ ସ୍ଥାନପରିବର୍ତ୍ତନ ଏକ ସମସ୍ୟା ହେଉଛି.ତେଣୁ ଶିକ୍ଷାର୍ଥୀ ଏବଂ ଶିକ୍ଷାର ମାଧ୍ୟମର ଭାଷା ମଧ୍ୟରେ ଏକ ବଡ ବ୍ୟବଧାନ ସୃଷ୍ଚି ହେଉଛି.

ବୈଷୟିକ ଉନ୍ନତି କ୍ଷେତ୍ରରେ ପ୍ରୋତ୍ସାହନ ଭିତ୍ତିକ କ୍ରିୟାକଳାପର ଏକ ମହତ୍ତ୍ୱପୂର୍ଣ କ୍ଷେତ୍ର ଦେଖାଯାଇପାରେ.ନେଚୁରାଲ ଲେଙ୍ଗୁଏଜ୍ ପ୍ରୋସେସିଂ ପାଇଁ ଆମ ଭାଷା ଏବଂ ବ୍ୟାକରଣଗତ ବର୍ଣନା କର୍ପସ୍ ଏବଂ ମେକାନିଜମ୍ ଯୋଗାଇବାର ସାହାଯ୍ୟ କରିପାରେ.ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆମେ ବହୁ ଆଗକୁ ଅଗ୍ରସର ହୋଇଅଛୁ,ତେଣୁ ମେସିନ୍ ଏଡେଡ୍ ଟ୍ରାନ୍ସଲେସନ୍ କ୍ଷେତ୍ରରେ କାର୍ଯ୍ୟକଳାପରେ ଏହା ସାହାଯ୍ୟ କରିବ.ଆଶା କରାଯାଏ ଯେ ସମସ୍ତ ସମ୍ପୃକ୍ତ ସଂସ୍ଥା ସବୁ ଭାରତୀୟ ଭାଷା ସହ ବୈଷୟିକ ଉପକରଣଗୁଡିକ ସଂଯୋଗ କରିବାରେ ଚେଷ୍ଟା କରିବେ ଯାହା ସବୁ ଗୋଷ୍ଠୀର ସଶକ୍ତିକରଣ ଏବଂ ଅନୁବାଦ କାର୍ଯ୍ୟକୁ ବୃଦ୍ଧିକରିବ.

ଭାଷାଗୁଡ଼ିକ ହେଉଛି ମାନବିକତା ପାଇଁ ଅମୂଲ୍ୟ ଦାନ ଏବଂ ସ୍ଥାନ,ସମୟରେ ସେ ଏକ ବନ୍ଧନ ବାନ୍ଧିବାକୁ ଉଦ୍ଦିଷ୍ଟ.ଆମେ ସେଗୁଡ଼ିକ ଉପରେ ଚିନ୍ତା କରିବା ଦରକାର କରୁ ଯାହା ଭାଷାକୁ ଦ୍ୱନ୍ଦଗ୍ରସ୍ତ କରିପକାଏ.ଆମ ଭାଷାଗୁଡ଼ିକ ହେଉଛି ଆମ ସମ୍ବଳ ଏବଂ ବହୁଭାଷୀତ୍ୱ ଆମ ପାଇଁ ଖୁବ୍ ଉପଯୋଗୀ ଏବଂ ଆମେ ଏହା ଉପଲବ୍ଧି କରୁ ଯେ ଆମର ଭାଗ୍ୟ ଆମ ଭାଷାଗୁଡ଼ିକର ଭାଗ୍ୟ ଏବଂ ଜ୍ଞାନ ସହ ସଂଯୁକ୍ତ.ଆମେ ଏମିତି ଏକ ସଂସ୍କୃତି ପ୍ରସ୍ତୁତ କରିବାକୁ ଚାହୁଁ ଯେଉଁଠି ଗୋଟିଏ ଭାଷାରୁ ଆଉ ଏକ ଭାଷାକୁ ଜ୍ଞାନର ସ୍ଥାନାନ୍ତରଣ ସମ୍ଭବ ହୋଇପାରିବ.ରାଷ୍ଟ୍ରୀୟ ଅନୁବାଦ ମିଶନ୍ ଜ୍ଞାନ ସମ୍ବଳିତ ଗବେଷଣା ଏବଂ ଏକାଡେିମିକ କାର୍ଯ୍ୟକଳାପ ଏବଂ ଭାରତରେ ଭାଷାର ସର୍ବୋନ୍ନତି ପାଇଁ ଏକ ଦରକାରୀ ଉପକରଣ ହୋଇପାରିବ.