ଅର୍ଥ ଏବଂ ପ୍ରକଳ୍ପ ପ୍ରାରମ୍ଭ ର ମାଧ୍ୟମ

ଅର୍ଥ ସହାୟତା
ଭାରତରେ ଅନୁବାଦ କାର୍ଯ୍ୟରେ ଏକ ମୁଖ୍ୟ ଅନୁଷ୍ଠାନ ଭାବରେ ଏନଟିଏମ ଭାରତ ସରକାରଙ୍କ ଦ୍ୱାରା ସହଯୋଗ ପ୍ରାପ୍ତ ହେବ.ସେ ଯାହା ବି ହେଉ, ଏହା ଆଶା କରାଯାଇପାରେ ଯେ ଏନଟିଏମ ନିଜର ଆୟ ଉପାର୍ଜନ କରିବା ଦ୍ୱାଦଶ ଯୋଜନାରୁ ହିଁ ଆରମ୍ଭ କରିବ ଯେହେତୁ ଏନଟିଏମ, ଅଭିଧାନ,ଥେସରି,ଟ୍ରାନ୍ସଲେସନ ସଫ୍ଟୱେର ପରି ଅନୁବାଦ ଉପକରଣ ତିଆରି କରିବା ସହ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ପାଠ୍ୟର ଅନୁବାଦିତ ବିଷୟ ପାଠ୍ୟଗୁଡିକର ବିଭିନ୍ନ ସଂସ୍ଥାଦ୍ୱାରା ବଜାର ସୃଷ୍ଟି କରିପାରିବ. ଏହି ଅନୁବାଦିତ ବହିଗୁଡିକର ଦର ଏମିତି ଧାର୍ଯ୍ୟ କରାଯିବ ଯେମିତି ଏହା ସବୁ ବର୍ଗର ଲୋକମାନେ କିଣିପାରିବେ. ସହ ପ୍ରକାଶନ ଏବଂ ସବ୍ସିଡି ପ୍ରକାଶନ ପାଇଁ କେଉଁ ପ୍ରକାଶନ ସଂସ୍ଥାମାନେ ଅନ୍ତର୍ଭୂକ୍ତ ହେବେ ତାହା ଏନଟିଏମ ପିଏସି ଦ୍ୱାରା ସ୍ଥିରୀକୃତ ହେବାର ଅଛି.

ଏନଟିଏମର ସମସ୍ତ ୱେବଆଧାରିତ ବିଷୟ ଏବଂ ଉପକରଣଗୁଡିକୁ ସମସ୍ତଙ୍କ ପାଇଁ ବିନା ମୂଲ୍ୟରେ ଉପଲବ୍ଧ କରାଯିବାକୁ ମଧ୍ୟ ସ୍ଥିର କରାଯାଇଛି.ଅନୁବାଦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ସ୍ୱୀକୃତୀକରଣ ପାଇଁ କିଛି ନିର୍ଦ୍ଧାରିତ ଫିସ୍ ରହିପାରେ ଯାହା ଏଯାଏଁ ସ୍ଥିର କରାଯାଇ ନାହିଁ.

ବଜେଟ୍
ଯଦିଓ ଏନକେସି ଏବଂ ଏମଏଚଆରଡି ର ସୁପାରିଶ ଥିଲା ୨୫୦କୋଟି ଟଙ୍କା, ପ୍ରାଥମିକ ଅବସ୍ଥାରେ ସମ୍ପୁର୍ଣ୍ଣ ବଜେଟକୁ ୧୦୦କୋଟି ମଧ୍ୟରେ ସୀମିତ କରିବାକୁ ବିଚାର କରାଯାଇଥିଲା.ସେ ଅନୁଯାୟୀ ମାର୍ଚ୍ଚ ୨୦୦୮ରେ ଇଏଫସି ଡ୍ରାଫ୍ଟକୁ ସଂଶୋଧିତ କରାଯାଇଥିଲା ଏବଂ ୯୮.୯୭ କୋଟି ଟଙ୍କାର ଏକ ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିଲା.(ଦେଖନ୍ତୁ ଏନଟିଏମ ଇଏଫସି ମିନିଟ୍ସ ,ଆଇଟମ ୧୧(iv,v),ପୃଷ୍ଠା ୬,ପିଏଏମଡିର ପର୍ଯ୍ୟବେକ୍ଷଣ,ଅନୁଚ୍ଛେଦ୪(ପୃଷ୍ଠା୨) ତଳେ ବିବରଣ ଦିଆଯାଇଛି, ଏବଂ ଅନୁଚ୍ଛେଦ ୧୦ ଏହି ଆଇଟମ ଉପରେ ସର୍ବସମ୍ମତ ସହମତୀ ଉଲ୍ଲେଖ କରେ.

ଅନ୍ତିମରେ,ଏନଟିଏମ ବଜେଟ୍ ପାଇଁ ଇଏଫସି ସଭାରେ ୭୩.୯୭ କୋଟି ଟଙ୍କା ମଞୁରୀ ପ୍ରାପ୍ତ ହେଲା(ଦେଖନ୍ତୁ ଏନଟିଏମ ଇଏଫସି ମିନିଟ୍ସ ସଂଖ୍ୟା.ଏଫ.୨୫- ୪/ ୨୦୦୮- ଆଇଏଫଡି,ମଇ ୨୨ତାରିଖ,୨୦୦୮,(ଦେଖନ୍ତୁ ଏନଟିଏମ ମିନିଟ୍ସ,ଆଇଟମ ୧୧(i),ପୃଷ୍ଠା୬.

ମଞୁରୀପ୍ରାପ୍ତ ବଜେଟକୁ ବର୍ଷାନୁଯାୟୀ ନିମ୍ନ ପ୍ରକାରେ ବିସ୍ତୃତ କରାଯାଇପାରେ :

    2008-09 2009-10 2010-11 2011-12 TOTAL
  Recurring 1519.712 2026.305 1800.731 2050.682 7397.43
1. ମାନବୀୟ ସମ୍ବଳ 99.312 100.305 108.831 118.082 4,26.53
2. ପ୍ରକାଶନ+ ଅନ୍ୟକାର୍ଯ୍ୟ 1181.00 1901.60 1661.00 1901.60 6645.20
3. ସାଧାରଣ ସମ୍ପାଦନା 14.40 14.40 14.40 14.40 57.60
4. ଉପକରଣ /ସଫ୍ଟୱେର 220.00 00.00 00.00 00.00 2,20.00
5. ଉପକରଣ. ସମ୍ପାଦନା 00.00 5.00 11.50 11.50 28.00
6. ଟ୍ରାଭେଲ୍ 5.00 5.00 5.00 5.00 20.00
ସାରଣୀ ୧: ଏନଟିଏମ୍ ପାଇଁ ବର୍ଷ ଅନୁଯାୟୀ ମଞୁରୀପ୍ରାପ୍ତ ବଜେଟ୍
 
ସମ୍ପୂର୍ଣ୍ଣ କାର୍ଯ୍ୟଭାର(ଯେମିତି ଉପରୋକ୍ତ ସାରଣୀରେ ଆଇଟମ ୨ରେ ଉଲ୍ଲେଖ କରାଯାଇଛି)କୁ ନିମ୍ନରେ ଦିଆଯାଇଛି(ସିଏସଟିଟି ଏବଂ ଏମସିଇଆରଟିର ଉପାଦାନକୁ ହଟାଇଦେଇ) :
 

କାର୍ଯ୍ୟକ୍ରମ ଏବଂ କାର୍ଯ୍ୟଭାରର ମୂଲ୍ୟ(ଲକ୍ଷରେ)


କ. ୧୭୬୦ ସନ୍ଦର୍ଭ ପୁସ୍ତକ ଏବଂ ୨୦୦ପାଠ୍ୟପୁସ୍ତକର ପ୍ରକାଶନ ଏବଂ ଅନୁବାଦ ୪୫୨୦.୦୦ଟଙ୍କା
ଖ. ଅନୁବାଦଉପରେ ପତ୍ରପତ୍ରିକାଗୁଡିକ ପାଇଁ ଜିଆଇଏ ସବ୍ସିଡି ୨୦୦.୦୦ଟଙ୍କା
ଗ. କପିରାଇଟ୍ ଫିସ ପାଇଁ ଲେଖକ ଏବଂ ଅନୁବାଦକମାନଙ୍କୁ ଜିଆଇଏର ଅନୁଦାନ ୩୫.୨୦ଟଙ୍କା
ଘ. ଅନୁବାଦକ ପ୍ରଶିକ୍ଷଣପାଇଁ ଜିଆଇଏର ଅନୁଦାନ ୧୦୦.୦୦ଟଙ୍କା
ଙ. କର୍ମଭାର+ ଜିଆଇଏ ଇ ଶବ୍ଦକୋଷ /ଥେସରସ୍ ୯୯୦.୦୦ଟଙ୍କା
ଚ. ଏନଏଲପି ଗବେଷଣା ପାଇଁ ଜିଆଇଏର ଅନୁଦାନ ୪୦୦.୦୦ଟଙ୍କା
ଛ. ଅନୁବାଦ ଉପରେ ଡିଗ୍ରୀ/ ଡିପ୍ଲୋମା ଦେଉଥିବା ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗଗୁଡିକୁ ଜିଆଇଏର ଅନୁଦାନ ୨୦୦.୦୦ଟଙ୍କା
ଜ. ୱେବ୍- ସମ୍ପାଦନ(ରାଷ୍ଟ୍ରୀୟ ରେଜିଷ୍ଟର/ ବୁଲେଟିନ/ ଇ ଜାଇନ ଅନ୍ୱେଷଣ/ ଉପକରଣ) : ୨୦୦.୦୦ଟଙ୍କା
  ମୋଟ୍ (ଲକ୍ଷରେ): Rs ୬୬୪୫.୨୦ଟଙ୍କା
ସାରଣୀ ୨ : କାର୍ଯ୍ୟଭାର,ପରାମର୍ଶ ଏବଂ ବାହ୍ୟକାର୍ଯ୍ୟ ଏବଂ NTM-GIA ପାଇଁ ମଞୁରୀପ୍ରାପ୍ତ ବଜେଟ୍
 
ଇଏଫସି ମିନିଟ୍ସ ରେ ଏହାମଧ୍ୟ ଉଲ୍ଲେଖ କରାଯାଇଛି ଯେ ଅନୁବାଦ ଉପରେ ସିଆଇଆଇଏଲରେ ଚାଲୁଥିବା ଅନୁକୃତି ଏବଂଅନ୍ୟାନ୍ୟ ପ୍ରକଳ୍ପଗୁଡିକ ଏନଟିଏମରେ ଅନ୍ତର୍ଭୂକ୍ତ ହେବ, ଏବଂ କର୍ମର କୌଣସି ପ୍ରକାରେ ଡୁପ୍ଲିକେସନ ହେବା ଉଚିତ ନୁହେଁ.

ଯେତେଦୂର ଏନଟିଏମ୍.ର ଜିଆଇଏ ବିଷୟ ଆଲୋଚନାରେ ଆସୁଛି,ଜଣେ ‘ଖ’ ତଳେ ଥିବା ଆଇଟମ୍ କୁ ‘ଛ’ ସହ ଯୋଡିବ ଏବଂ ବିଶ୍ୱବିଦ୍ୟାଳୟ,ସଙ୍ଗଠନ.ଅନୁବାଦ ଉପକରଣ,ବ୍ୟକ୍ତି ବିଶେଷ,ଗବେଷକଙ୍କର ଅନୁଦାନ ରାଶି ହେବ ୧୫୩୫.୨୦ଲକ୍ଷ ଟଙ୍କା.ଏହା ସ୍ୱଷ୍ଟ ଯେ ସାରା ଦେଶରୁ ଏହି ଅନୁଦାନଗୁଡିକୁ ଖ,ଘ,ଙ ଏବଂ ‘ଚ’ ର ବିଷୟରେ ଯାଚିବା ପାଇଁ ପ୍ରସ୍ତାବ ଆମନ୍ତ୍ରଣ କରାଯିବ, ଯଦିଓ ସି ପାଠ୍ୟର ପରିଚୟଉପରେ ଏବଂ ଜି ଅନୁବାଦ ପାଠ୍ୟକ୍ରମ ଦେଉଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ ବିଭାଗଗୁଡିକୁ ଅନୁଦାନ ଦେବାର ପରିମାଣର ନିଷ୍ପତ୍ତି ଉପରେ ନିର୍ଭର କରେ.ସେ ଯାହାବି ହେଉ,ଏନଟିଏମ ପ୍ରକଳ୍ପ ଉପଦେଷ୍ଟା କମିଟିର ପ୍ରାରମ୍ଭିକ ନିଷ୍ପତ୍ତି ପରେ ଏନଚ୍ଏମରେ ଜିଆଇଏର କାର୍ଯ୍ୟକଳାପ ଆରମ୍ଭ ହେବ.

ସର୍ବଶେଷରେ ଜୁନ୍ ୧୮ ତାରିଖ ୨୦୦୮ରେ ସମ୍ପୂର୍ଣ୍ଣ ଏନଟିଏମ ପ୍ରକଳ୍ପ ମାନନୀୟ ମାନବ ସମ୍ବଳ ମନ୍ତ୍ରୀଙ୍କଦ୍ୱାରା ମଞୁରୀପ୍ରାପ୍ତ ହେଲା.ଏହା ଉଲ୍ଲେଖ କରାଯାଇପାରେ ଯେ ୨୦୦୭-୨୦୦୮ରେ ମନ୍ତ୍ରାଳୟ ଏନଟିଏମ ପାଇଁ ୯୦ଲକ୍ଷଟଙ୍କାର ଏକ ସାଙ୍କେତିକ ଅନୁଦାନ ମଞୁର କରିଥିଲେ(ପୃଷ୍ଠା ସଂଖ୍ୟା ୨୦ ଦେଖନ୍ତୁ) ଏବଂ ଏହି ଉଦ୍ଦେଶ୍ୟପାଇଁ ବଜେଟ ର ମୁଖ୍ୟ ଓ ଉପମୁଖ୍ୟ ମଧ୍ୟ ତିଆରି କରିଥିଲେ.କିନ୍ତୁ ଯେହେତୁ ଇଏଫସି ବିଳମ୍ବିତ ହେଲା,ସେଇ ଅନୁଦାନ ଖର୍ଚ୍ଚ ହେଲା ନାହିଁ.୨୦୦୮ ୨୦୦୯ ବର୍ଷରେ ପୁଣି ୧୦୦ଲକ୍ଷଟଙ୍କାର ଏକ ସାଙ୍କେତିକ ଅନୁଦାନ ଏନଟିଏମ ବଜେଟରେ ନିମ୍ନୋକ୍ତ ବିବରଣୀ ସହ ଅନ୍ତର୍ଭୁକ୍ତ ହେଲା:

  2008-09 ବଜେଟ୍    
ଦରମା 50.00 ଅଫିସ୍ Ex 13.00
ଓଟିଏ 00.00 ଓଏସି 05.00
ମେଡିକାଲ୍ 00.50 ଓସି. 05.00
ଟ୍ରାଭେଲ Ex 10.00 ଜିଆଇଏ 16.50
    ମୋଟ୍ 100.00
ସାରଣୀ ୩: ଏନଟିଏମ୍ ୨୦୦୮- ୨୦୦୯ବର୍ଷ ପାଇଁ ମଞୁରୀପ୍ରାପ୍ତ ଟୋକନ୍
 
ସାଙ୍କେତିକ ବଜେଟର ପ୍ରଥମ ଦୁଇ କିସ୍ତିକୁ ଉନ୍ମୋଚିତ କରିବାକୁ ସଂସ୍ଥାନ ପିଏଓକୁ କହିଛି(କେବଳ୪୧.୭୫ଲକ୍ଷ ଟଙ୍କା) ଯାହା ମନ୍ତ୍ରାଳୟ ଦ୍ୱାରା(ପତ୍ର ସଂଖ୍ୟା.ଏଫ. ୧- ୧/ ୨୦୦୮-୨୦୦୯/ ଏକାଉଣ୍ଟ୍ସ/ ବଜେଟ/ ଏନଟିଏମ)ଚିହ୍ନିତ ହୋଇ ସାରିଛି.ଏକ ପୃଥକ ଏନଟିଏମ ଜିଆଇଏ ଏକାଉଣ୍ଟ ଖୋଳିବା ପାଇଁ ଅଲଗା ପଦକ୍ଷେପ ମଧ୍ୟ ନିଆଯାଉଛି.ଯଦିଓ ଏନଟିଏମର ଅବଶିଷ୍ଟ ବଜେଟ ଇଏଫସି ଅନୁଯାୟୀ ୨୦୦୮ ୨୦୦୯ବର୍ଷ ପାଇଁ ୧୪୧୯.୭୧୨ଲକ୍ଷ ଟଙ୍କା ହେବ ଏବଂ କାର୍ଯ୍ୟଭାର ଏବଂ ପ୍ରକ୍ରିୟାଗୁଡିକୁ ଆରମ୍ଭକରିବାରେ ବହୁସମୟ ଅତିବାହିତ ହୋଇଗଲଣି, ତେଣୁ ପ୍ରଥମ ବର୍ଷର ବଜେଟକୁ ସଂଶୋଧନ କରି ଏକ ଯଥାଯଥ ପରିମାଣକୁ ଆଣିବା ଦରକାର.ନିମ୍ନରେ ଥିବା ସାରଣୀରେ ବର୍ଷାନୁଯାୟୀ ଏନଟିଏମପାଇଁ ହ୍ରସ କରାଯାଇଥିବା ପରିମାଣକୁ ଦିଆଯାଇଛି.ଏହି ସାରଣୀଟି ପ୍ରଥମ ଏବଂ ଦ୍ୱିତୀୟ ସାରଣୀରୁ ହିଁ ସୃଷ୍ଟ.(..........)
 
ଏନଟିଏମ୍ ବଜେଟ୍ (ଲକ୍ଷରେ)
  2008-09
Released
2008-09
Addl to be asked for
2009-10 2010-11 2011-12 TOTAL
ଦରମା, incl Consultancy/
Tr.Fee/Honor
50.00 49.312
100.688
124.950*


274.950
100.305
110.757
183.260+
58.310

452.632
108.831
121.833
331.079#


561.743
118.082
134.016
364.187


616.285
1955.61
ଓଟିଏ 00.00 00.000 00.000 00.000 00.000 00.000
ମେଡିକାଲ୍ 00.50 00.000 00.550 00.600 00.65 002.30
ଟ୍ରାଭେଲ୍ Ex 10.00 05.000 30.000 35.000 45.00 125.00
ଅଫିସ୍ Ex 13.00 112.000 45.000 50.000 00.000 220.00
ଓଏସି 05.00 09.400 14.400 14.400 14.400 057.60
ଓସି 05.00 390.050 1099.923 1169.720 837.027 3501.72
ଜିଆଇଏ 16.50 175.400 383.800 422.18 537.320 1535.20
ମୋଟ୍ 100.00 966.800        
ସର୍ବମୋଟ୍   1066.800 2026.305 2253.643 2050.682 7397.43
ଦ୍ରଷ୍ଟବ୍ୟ:ତିନିଶହ ପୁସ୍ତକ ପାଇଁ ଅନୁବାଦ ଫିସ୍+୪୪୦ଟି ପୁସ୍ତକ ପାଇଁ ଅନୁବାଦ ଫିସ+ପୁର୍ବର ୧୪୦ଟି ଏସାଇନମେଣ୍ଟ ବେକ୍ଲକ୍ ପେମେଣ୍ଟ ପାଇଁ୫୮.୩୧#୫୮୦ଟି ବହି ପାଇଁ ଫିସ୍ ଏବଂ ୱେବ୍ବେସ୍ଡ ଅନୁବାଦ ପାଇଁ ୦.୯୦

ସାରଣୀ ୪: ଏନଟିଏମ୍ ପାଇଁ ବର୍ଷ ଅନୁଯାୟୀ ମଞୁରୀପ୍ରାପ୍ତ ବଜେଟ୍

ଯେହେତୁ ପ୍ରକଳ୍ପଟି ପ୍ରରମ୍ଭିକ ସ୍ତରରେ ଅଛି ୨୦୦୮- ୨୦୦୯ରେ ବହୁକମ ପରିମାଣର ଅର୍ଥ ମଞୁର କରାଯାଇଛି, ୧୫୧୯.୭୧୨ଲକ୍ଷ ଟଙ୍କା ବଦଳରେ ୧୧୬୬.୮୮ଲକ୍ଷ ଟଙ୍କା(ଏନଟିଏମ ମିନିଟ୍ସ ଏବଂ ଡିପିଆର ଅନୁଯାୟୀ) ସାରଣୀ ୧ ରେ ଦିଆଯାଇଛି.ଅନ୍ୟ ବର୍ଷଗୁଡିକରେ ଥିବା ଅଙ୍କଗୁଡିକ ସମାନ ରହିଛି, କେବଳ ସଞ୍ଚୟ ରାଶି ୨୦୦୮- ୨୦୦୯ରୁ ୨୦୧୦- ୨୦୧୧କୁ ପରିବର୍ତ୍ତିତ ହୋଇଛି.ଏହା ଆଶା କରାଯାଏ ଯେ ପ୍ରଥମ ବର୍ଷରେ ୪୪୦ଟି ବହିର ଅନୁବାଦ କାର୍ଯ୍ୟଭାର ଦିଆଯିବ(ପ୍ରତ୍ୟେକ ବହି ହାରାହାରୀ୨୫୦ପୃଷ୍ଠାଯୁକ୍ତ ହେବା ଉଚିତ) ଏବଂ ପ୍ରସ୍ତୁତିକରଣର ହାର ୬୮% ରୁ ୭୦% ହେବ,ଏହି ହାରରେ ୩୦୦ରୁ ଅଧିକ ପାଠ୍ୟର ଅନୁବାଦ ପ୍ରସ୍ତୁତ ହୋଇପାରିବ ନାହିଁ. କଥାଭାରତୀ ସ୍କିମ ରେ ଦଶମ ଯୋଜନାରେ ପ୍ରତ୍ୟେକ ୧୦୦୦ ଶବ୍ଦର ଅନୁବାଦ ପାଇଁ ୩୦୦ଟଙ୍କା ମୁଲ୍ୟ ନିର୍ଦ୍ଧାରିତ ହୋଇଥିଲା.ଯଦି ଏନଟିଏମ ପିଏସି ୧୦୦୦ଶବ୍ଦର ଅନୁବାଦ ପାଇଁ ୫୦୦ଟଙ୍କା ଦେବା ପାଇଁ ରାଜି ହୁଅନ୍ତି,ଉଚ୍ଚମାନର ପ୍ରାଦ୍ୟୋଗିକ ଅନୁବାଦ ମଧ୍ୟ ରହିବ,ସେ ଅନୁସାରେ ଆମକୁ ପ୍ରତ୍ୟେକ ଅନୁବାଦକଙ୍କୁ ୪୧,୬୬୫ଟଙ୍କା ଦେବାକୁ ହେବ.୧୯୬୦ଟି ବହିର ଅନୁବାଦ, ମୂଲ୍ୟାଙ୍କନ, ପ୍ରତିଳିପି ସମ୍ପାଦନ ଇତ୍ୟାଦି କାର୍ଯ୍ୟ ସହ ଯେହେତୁ ମୋଟ ବଜେଟ ୪୫୨୦.୦୦ଲକ୍ଷ ଟଙ୍କା ରଖାଯାଇଥିଲା ଯାହା ମୂଦ୍ରଣ,ପ୍ରକାଶନର ଖର୍ଚ୍ଚକୁ ମଧ୍ୟ ବହନ କରିଥିଲା.ବର୍ତ୍ତମାନ ଆମେ ୨୦୦୮ ୨୦୦୯ର ଖର୍ଚ୍ଚ ବଜେଟର ହିସାବ କରିପାରିବା:

ଅତିରିକ୍ତ ବଜେଟ୍ର କାରଣ (Out of Table ୨,ଆଇଟମ୍ କ ): Rs. ୫୨୦.୦୦ ଲକ୍ଷ
1. ଅନୁବାଦକମାନଙ୍କ ପାରିଶ୍ରମିକ: ୧୨୪.୯୫ଲକ୍ଷ (Rs.୪୧,୬୫୦x୩୦୦)
2. ମୂଲ୍ୟାୟନ: ୧୫.୦୦
3. ପ୍ରତିଲିପି ସମ୍ପାଦନା: ୭୫.୦୦
4. ଡେଟାଇନପୁଟ୍/ପବ୍ଲିକ୍ ସଫ୍ଟୱେର୍: ୩୦.୦୦
5. ମୂଦ୍ରଣ(adv/ପେପର୍, ଇତ୍ୟାଦି): ୨୦୦.୦୫
6. ଆଇପିଆର୍/କପିରାଇଟ୍ ପେମେଣ୍ଟ: ୭୫.୦୦

ଉପକରଣ ଉପରେ ୨୨୦ଲକ୍ଷ ଟଙ୍କାରୁ ପ୍ରଥମ ବର୍ଷ ପାଇଁ ବିଶେଷତଃ ଦିଲ୍ଲୀରେ କାର୍ଯ୍ୟାଳୟ ଆରମ୍ଭ କରିବା ପାଇଁ ୧୨୫.୦୦ଲକ୍ଷ ଟଙ୍କା କାର୍ଯ୍ୟାଳୟକୁ ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦେବାରେ ଖର୍ଚ୍ଚ ହେବ.ଯେହେତୁ ଏହା ପ୍ରଥମ ବର୍ଷ ଏବଂ ବହୁ ସଭା ଆୟୋଜନ କରିବାର ଅଛି,ତେଣୁ ଆମେ ଅତିରିକ୍ତ ପରିମାଣ ୫.୦୦ଲକ୍ଷ ଟଙ୍କା ପରିବର୍ତ୍ତେ ୧୫.୦୦ଲକ୍ଷ ଟଙ୍କାର ମାଗଣ ରଖିଛୁ.ସାରଣୀର ସାଧାରଣ ସମ୍ପାଦନାର ବଜେଟ୍ ସମାନ ରହିବ.

ଅନ୍ତିମରେ ଏନଟିଏମ୍ ଜିଆଇଏର ପରିମାଣ ଚାରିବର୍ଷ ପାଇଁ ୧୫୩୫.୨୦ଲକ୍ଷ ଟଙ୍କାରୁ ୨୦୦୮- ୨୦୦୯ ବର୍ଷ ପାଇଁ ୩୮୩.୮୦ଲକ୍ଷ ଟଙ୍କା.ଯେହେତୁ ଆଉ ସାତ ମାସ ବାକି,ତେଣୁ ଅତିରିକ୍ତ ପରିମାଣ ୧୯୧.୨୦ଲକ୍ଷ ଟଙ୍କା ମାଗଣ କରାଯାଇଛି.

ପ୍ରାରମ୍ଭିକ ପଦକ୍ଷେପଗୁଡିକ
ପ୍ରକଳ୍ପର ମୁଖ୍ୟ ସଂରଚନାଏବଂ ଧାରଣାକୁ ବାସ୍ତବ ରୂପ ଦେବା ପାଇଁ ନିମ୍ନ ଲିଖିତ କେତେଗୁଡିଏ ପଦକ୍ଷେପ ନେବାକୁ ସ୍ଥିର କରାଯାଇଛି:

୧. ମିଶନ୍ର କାର୍ଯ୍ୟକଳାପରେ ଭାଗନେବାକୁ ସାଧାରଣ ଜନତାର ଇଚ୍ଛାକୁ ଦୃଷ୍ଟିରେ ରଖି ଏମଟିଏମ୍.ଉପରେ କିଛି ତଥ୍ୟ ଭାଷା ସଂସ୍ଥାନର ୱେବ୍ ସାଇଟ୍ରେ ରଖାଯାଇଛି.
୨. ଅନୁବାଦ ଏବଂ ଅଭିଧାନ ଉପରେ ଥିବା ସମସ୍ତ ପ୍ରକଳ୍ପକୁ ଏନଟିଏମେ.ରେ ମିଶାଇ ଦିଆଯାଇଛି ଏବଂ ଏଇ ପ୍ରକଳ୍ପରେ ଯେଉଁମାନେ କର୍ମଚାରୀ ଥିଲେ,ସେମାନଙ୍କୁ ପରାମର୍ଶଦାତା ଭାବରେ ଅସ୍ଥାୟୀ ନିଯୁକ୍ତି ଦିଆଯାଇଛି.(ମିନିଟ୍ସ୍ ଦେଖନ୍ତୁ,ଆଇଟମ ୧୧ (vi)).
୩. ଏନଟିଏମ୍.ପାଇଁ ଏକ ୱେବ୍ ସାଇଟ୍ ପଞିକୃତ ହୋଇଛି ଏବଂ ଏଇ ୱେବ୍ ସାଇଟ୍କୁ ୨୨ଟି ଭାଷାରେ ପରିବର୍ତ୍ତନ କରିବାକୁ କର୍ମ ଗୋଷ୍ଠୀ ଗଠନ କରାଯାଇଛି. (ମିନିଟ୍ସ୍ ଦେଖନ୍ତୁ ଆଇଟମ୧୧ (vii))
୪. ଉପରୋକ୍ତ ସବୁ ବିଷୟ ବାହାରୁ ପରାମର୍ଶଦାତାମାନଙ୍କୁ ଦିଆଯାଇ କରାଯାଉଛି(ମିନିଟ୍ସ୍ ଦେଖନ୍ତୁ ଆଇଟମ୧୧ (viii)).ଏଇ ପ୍ରାଥମିକ କାମ କରାଯିବା ପରେ,ଏସବୁକୁ ସ୍ୱୀକୃତି ପାଇଁ ପ୍ରକଳ୍ପ ଉପଦେଷ୍ଟା କମିଟୀକୁ ପ୍ରଦର୍ଶନ କରାଯିବ ଏବଂ ଅନ୍ତିମରେ ୱେବ୍ ସାଇଟ୍ ପାଇଁ ମନ୍ତ୍ରୀମଣ୍ଡଳର ସ୍ୱୀକୃତି ଲୋଡାଯିବ.
୫. ମୁଖ୍ୟ ଛଅଟି ଭାଷାରେ CIIL-Longman Basic print dictionary ସମ୍ପୂର୍ଣ ହେବା ଉପରେ ଅଛି.ଏଗୁଡିକ ଅନୁବାଦ ଟୁଲ୍ସ୍ ଭାବରେ ଏନଟିଏମ୍ର ପ୍ରଥମ ଉତ୍ପାଦନ.ଏଇ ଅଭିଧାନଗୁଡିକୁ ଇ ଅଭିଧାନରେ ପରିବର୍ତ୍ତ କରିବାର କାମ ସେଇପରାମର୍ଶଦାତାମାନଙ୍କୁ ଦିଆଯାଇଛି.
୬. ମୁଖ୍ୟ ବିଶ୍ୱବିଦ୍ୟାଳୟଗୁଡିକର ପାଠ୍ୟକ୍ରମ ସଂଗ୍ରହ କରାଯାଇ ପାଠ୍ୟର ଏବଂ ଉଲ୍ଲଖିତ ପୁସ୍ତକଗୁଡିକର ଡାଟାବେସ୍ ତିଆରି କରାଯାଉଛି.ଏଇ ଡାଟାବେସ୍ରୁ ପିଏସି ଅନୁବାଦ ପାଇଁ ପାଠ୍ୟ ଚୟନ କରିପାରନ୍ତି.
୭. ମୂଳ ପ୍ରକଳ୍ପ ବିବରଣୀକୁ ବୃଦ୍ଧି କରାଯାଇଛି
୮. ଏମୱାଇଏସକ୍ୟୁଏଲ ସହ ଏଏସ୍ପି ସ୍କ୍ରିପ୍ଟିଂ ଦ୍ୱାରା ରାଷ୍ଟ୍ରୀୟ ଅନୁବାଦ ରେଜିଷ୍ଟର ତିଆରି କରାଯାଇଛି.
୯. ୨୨ଟି ଭାଷାରେ ଗଣମାଧ୍ୟମ ପାଇଁ ସଚେତନତାମୂଳକ ବିଜ୍ଞାପନ ତିଆରି କରିବା ପାଇଁ ପଦକ୍ଷେପ ନିଆଯାଉଛି
୧୦ CIIL,ସାହିତ୍ୟ ଏକାଡେମୀ ଏବଂ ଜାତୀୟ ପୁସ୍ତକ ସଂଗଠନ ଚଲାଉଥିବା ଅନୁକୃତି ୱେବ୍ ସାଇଟ୍(ଦେଖନ୍ତୁ www.anukriti.net)କୁ ଏନଟିଏମ୍. ୱେବ୍ ସାଇଟ୍ ସହ ସଂଯୋଗ କରିବାର ପଦକ୍ଷେପ ନିଆଯାଉଛି. (ଯେମିତି NTM ମିନିଟ୍ସରେ ଉଲ୍ଲେଖ କରାଯାଇଛି ଯେ ଯୋଜନା କମିଶନ୍ଙ୍କ ସ୍ୱୀକୃତି ପ୍ରାପ୍ତ ଅନୁକୃତି ପ୍ରକଳ୍ପ ଏନଟିଏମ୍. ପ୍ରକଳ୍ପରେ ମିଶିଯିବ)
୧୧. ଏନଟିଏମ୍. ସାଇଟ୍କୁ ସାଧାରଣ ଜନତାର କ୍ଷେତ୍ର ରୂପେ ତିଆରି କରିବାକୁ ଯେତେଦୂର ସମ୍ଭବ ଓପନ ସୋର୍ସ ସଫ୍ଚୱେର ଏବଂ ୟୁଜର୍ ଫ୍ରେଣ୍ଡଲି ବ୍ୟାକଗ୍ରାଉଣ୍ଡ ବ୍ୟବହାର କରା ଯାଉଛି
୧୨. ସଂସ୍ଥାନ ଆନ୍ତର୍ଜାତୀୟ ପ୍ରକାଶନ ସଂସ୍ଥାର ସର୍ତ୍ତଗୁଡିକୁ ଲାଘବ କରିବାକୁ ଆରମ୍ଭ କରିଛି ଫଳତଃ ଏହା ଉପରେ ପୁଣି ଧ୍ୟାନ ଦିଆଯିବ ଏବଂ ପିଏସି ଦ୍ୱାରେ ସ୍ଥିରୀକୃତ ହେବ.