|
ପ୍ରସଙ୍ଗ
ରାଷ୍ଟ୍ରୀୟ ଅନୁବାଦ ମିଶନ୍ ର ଧାରଣା ଭାରତର ପ୍ରଧାନମନ୍ତ୍ରୀଙ୍କଠାରୁ ହିଁ ଆସିଥିଲା ଯିଏ ରାଷ୍ଟ୍ରୀୟ
ଜ୍ଞାନ ଆୟୋଗର ସଭାରେ ଅନୁବାଦିତ ବିଷୟ ଗୁଡିକର ଲଭ୍ୟ କେତେଗୁଡିଏ ଗୁରୁତ୍ୱପୂର୍ଣ କ୍ଷେତ୍ରରେ ଜ୍ଞାନର
ପହଂଚକୁ ବଢାଇବା ପାଇଁ ଅନୁବାଦ କେତେଯେ ଗୁରୁତ୍ୱପୂର୍ଣ ତାହା କହିଥିଲେ.ଶିକ୍ଷା ଏବଂ ନିରନ୍ତର ଶିକ୍ଷଣରେ
ଲୋକମାନଙ୍କ ଯୋଗଦାନର ବିସ୍ତୃତିକରଣ ଏବଂ ଦୃଢୀକରଣ ଥିଲା ଏହାରି ପ୍ରସଙ୍ଗ. ଏହି ଆୟୋଗରେ ଶ୍ରୀ ଶାମ
ପିତ୍ରୋଦା ସଭାପତିତ୍ୱକରି ଏହା ଅନୁଭବ କରିଥିଲେ ଯେ ଭାରତର ଶିକ୍ଷାରେ ଅନୁବାଦକୁ ପ୍ରୋତ୍ସାହନ ଦେବାପାଇଁ
ଏକ ଅଲଗା ମିଶନ୍ ବା ସଂସ୍ଥା ଆବଶ୍ୟକ.
|
ଯେତେବେଳେ ଅନୁବାଦ ଏକ ଚଳନ୍ତି ପ୍ରକ୍ରିୟା ଅଟେ,ଏହା ଉପରେ ଲୋକଙ୍କ ହସ୍ତକ୍ଷେପ ଦେଶରେ ଅନୁବାଦକାର୍ଯ୍ୟରେ
ଅସମତା ଓ ଅସାମଞସ୍ୟତା ରୁ ହିଁ ଆସେ, ଅସମତା ବିଭିନ୍ନ ଶାଖା ଏବଂବିଭିନ୍ନ ଭାଷାରୁ ଆସେ,ଗୁଣ,ବଣ୍ଟନ
ଏବଂ ପହଂଚ ମଧ୍ୟ ଅସମତା ଆଣିଥାଏ.ସାହିତ୍ୟ,ବିଜ୍ଞାନ,ପ୍ରୟୋଗାତ୍ମକ ବିଜ୍ଞାନ,ସାମାଜିକ ବିଜ୍ଞାନ,ଆଇନ,ଚିକିର୍ତ୍ସା
ଶାସ୍ତ୍ର,ବୈଷୟିକ ବିଦ୍ୟା,ପରିଚାଳନା ବିଦ୍ୟା ଆଦିରେ ଅନୁବାଦର ଏକ ଅପରିଚିତ ମାଗଣ ରହିଛି.
|
ଏହା ଛଡ଼ା, ଅନୁବାଦ ମାଧ୍ୟମରେ ଯେଉଁ ସୂଚନା ଉପଲବ୍ଧ ଅଟେ ତାହା ଅପର୍ଯ୍ୟାପ୍ତ ଓ ଅବ୍ୟବସ୍ଥିତ ଅଟେ,
ଅନୁବାଦର ବିସ୍ତାର ମଧ୍ୟ ଅସନ୍ତୋଷଜନକ ଅଟେ କାରଣ ପଠନୀୟତାର ଲକ୍ଷ ବିସ୍ତୃତ ଓ ଅସମନ୍ବିତ ଅଟେ ଓ
ଅନୁବାଦ ମାର୍କେଟ୍ ରେ ପହଞ୍ଚିବାର କ୍ବଚିତ୍ ସର୍ବେକ୍ଷଣ ସୁନିଶ୍ଚିତ କରାଯାଇଛି. କେବଳ ଉଚ୍ଚ ଶ୍ରେଣୀର
ଅନୁବାଦର ଉଚିତ୍ ପ୍ରଚାର-ପ୍ରସାର ହେଉଛି ମୂଳାଧାର ପ୍ରସ୍ତୁତ କରିପାରେ ଓ ସେହି କ୍ଷେତ୍ରରେ ଜାରି
ଥିବା ବ୍ୟକ୍ତିଗତ ଗତିବିଧିକୁ ଉଚିତ୍ ପ୍ରୋତ୍ସାହନ ଉପଲବ୍ଧ କରାଯାଇାପାରେ. ଏହା ସେହି ସନ୍ଦର୍ଭ ଅଟେ
ଯାହାକି ମିଶନ୍ ର କାର୍ଯ୍ୟ କୁ ଏକ ସମୁଚ୍ଚୟ ରୂପରେ ସାର୍ବଜନିକ ଭାଗିଦାରୀର ଆବଶ୍ୟକତା କରିଥାଏ.
ଯାହାକି ବିଭିନ୍ନ ବିଷୟଗୁଡ଼ିକରେ ଉଚ୍ଚକୋଟୀର ଅନୁବାଦର ଉପଲବ୍ଧତାର ବ୍ୟବହାର କରିବାକୁ ନିଜେ ପ୍ରୋତ୍ସାହନର
ପ୍ରକ୍ରିୟାର ମହାଭିଜାନ ଆରମ୍ଭ କରିପାରେ. ଏହିପରି ସମୁଦାୟ ସେବା କରିବାକୁ ଶିକ୍ଷିତ ବେରୋଜଗାର ଲୋକମାନଙ୍କୁ
ପ୍ରୋତ୍ସାହିତ କରି ଅନୁବାଦର ଗତିବିଧିଗୁଡ଼ିକର ପ୍ରତ୍ୟେକ୍ଷ ଓ ଅପ୍ରତ୍ୟେକ୍ଷ ଭାବରେ ରୋଜଗାର ମଧ୍ୟ
ଆରମ୍ଭ କରାଯାଇପାରିବ, ଯେତେବେଳେ କି ସେମାନଙ୍କୁ ନିଜପାଇଁ ରୋଜଗାରଯୋଗ୍ୟ କାର୍ଯ୍ୟ ମିଳେ.
|
ଏହା ସେହି ସଚେତନତା ଥିଲା ଯାହାକି ପ୍ର.ଜୟତୀ ଘୋଷଙ୍କର ଅବଲୋକନରେ ରାଷ୍ଟ୍ରୀୟ ଜ୍ଞାନ ଆୟୋଗ (NKC)
ର ସ୍ଥାପନା ପାଇଁ ପ୍ରେରଣା ଦେଇଥିଲା ଯାହାକି ଅନୁବାଦ ର ଗତିବିଧୀଗୁଡ଼ିକର, ପ୍ରକାଶନ ତଥା ପ୍ରସାରଣରେ
ସଂଲଗ୍ନ ଲୋକଙ୍କ ଓ ବିଭିନ୍ନ ଏଜେନ୍ସିକୁ ଏକାଠି ଆଣି ପାରିବ. କାର୍ଯ୍ୟକାରୀ ବର୍ଗସମୂହରେ ଉଚିତ୍
ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକର ପ୍ରତିନିଧି, ଏକାଡେମୀର ପ୍ରତିନିଧି, ଭାଷାବିଜ୍ଞାନ ର ବିଶେଷଜ୍ଞ,
ଅନୁବାଦକ, ଶିକ୍ଷାବିତ୍, ପ୍ରକାଶକ ଓ ଭାରତରେ ଅନୁବାଦର ଗତିବିଧିଗୁଡ଼ିକ ସହିତ ଜଡ଼ିତ ଅନ୍ୟ ସମୁଦାୟ
ଜଡ଼ିତ. ଯେପରିକି ଏହି ସମସ୍ତେ ଫେବୃୟାରୀ 2006 ରେ ଦିଲ୍ଲୀ ରେ ସଭାର ଆରମ୍ଭ କରାଗଲା ପ୍ର. ଉଦୟ
ନାରାୟଣ ସିଂହ ଙ୍କ ଦ୍ବାରା ଏହି କ୍ଷେତ୍ରର ବୃହତ୍ ରୂପରେଖା ପ୍ରସ୍ତୁତ କରାଗଲା. 6 ମାର୍ଚ୍ଚ 2006
ରେ ଏନ୍ ଟି ଏମ୍ ସମିତି ର ସଦସ୍ୟ –ସଂଯୋଜକ ପ୍ର. ଜୟତୀ ଘୋଷ୍ ରାଷ୍ଟ୍ରୀୟ ଜ୍ଞାନ ଆୟୋଗ ର ସୁପାରିଶ୍
ଓ ସଂଶୋଧିତ ପ୍ରସ୍ତାବକୁ ଆଗକୁ ବଢାଇ ଉପାଧ୍ୟକ୍ଷ ଓ ଯୋଜନା ଆୟୋଗକୁ ଲେଖା ଗଲା. ଏହା ପରେ ସେମାନେ
ସମସ୍ତେ ମିଶି ମିଟିଙ୍ଗ୍ କଲେ ଓ 12-13 ଏପ୍ରିଲ୍ 2007 ରେ ଭାରତୀୟ ଭାଷାଗୁଡ଼ିକର କେନ୍ଦ୍ରୀୟ ସଂସ୍ଥାନ
ମହିଶୂର ରେ ବୃହତ ଆକଳନରେ ଦୁଇ ଦିନର କାର୍ଯ୍ୟଶାଳା ର ଆୟୋଜନ କଲେ. 19 ଏପ୍ରିଲ୍ 2006 ରେ ଯୋଜନା
ଆୟୋଗ ଦ୍ବାରା ସଂଶୋଧିତ ପ୍ରସ୍ତାବ ଉପରେ ସାଧାରଣ ସହମତି କରାଗଲା, ପାଞ୍ଚଟି ପ୍ରଶ୍ନର ସମୂହ ଉପସ୍ଥିତ
କରି ଉତ୍ତର ଦିଆଯାଇଥିଲା, ଯାହାକି ପତ୍ର ସଂଖ୍ୟା ପି. 11060/4/2005- ଇଡିଏନ୍ ରେ ଦେଖା ଯାଇ ପାରିବ.
ସେହି ସମୟ କିଛି ବିସ୍ତୃତ ଅଭିଯୁକ୍ତିଗୁଡ଼ିକୁ ବିଭିନ୍ନ ସମାଜ ବିଜ୍ଞାନ ବିଶେଷଜ୍ଞ ଯେପରିକି CSDS
ଓ ଅନ୍ୟ ସଂସ୍ଥା ଯେପରିକି ICHR ସହିତ ମିଶିଗଲେ. ସେମାନେ ସମସ୍ତେ ବହୁତ ଗୁଡ଼ିଏ ସମସ୍ୟା ବାହାର
କଲେ ଏବଂ ରଚନାତ୍ମକ ସମାଧାନ ପ୍ରସ୍ତୁତ କଲେ ଯେପରିକି ଏନ୍ ଟି ଏମ୍ ର ସ୍ଥାପନା ଓ ବିକାଶ ର ସଂଭାବନାଗୁଡ଼ିକ,
ଯେଉଁଥିରେ କି କିଛିଙ୍କୁ ଏହି ପରିଯୋଜନାର ବିସ୍ତୃତ ବିବରଣରେ ସମ୍ମିଳିତ କରାଗଲା. 21 ଜୁନ୍ ଓ 3
ଜୁଲାଇ 2006 ର ଅନୁବାଦ ରେ ସଂଲଗ୍ନ ବହୁତ ଗୁଡ଼ିଏ ପ୍ରକାଶନ ଭବନରୁ ମଧ୍ୟ ପ୍ରସ୍ତାବ ମିଳିଲା. ପରେ
31 ଅଗଷ୍ଟ 2006ରେ ଭାଷାଗୁଡ଼ିକର ଓ ପୁସ୍ତକଗୁଡ଼ିକର ପ୍ରୋତ୍ସାହନ ପାଇଁ ମାନବ ସଂସାଧାନ ବିକାଶ ମନ୍ତ୍ରାଳୟର
କାର୍ଯ୍ୟକାରୀ ସମିତୀ ମଧ୍ୟ ଏହି ପ୍ରସ୍ତାବର ଅନୁମୋଦନ କଲା, ଯୋଜନା ଆୟୋଗ ଦ୍ବାରା 11 ତମ ଯୋଜନା
ପାଇଁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ଦେଖିପାରିବେ. ଏହା ପରେ 1 ସେପ୍ଟେମ୍ବର 2006 ରେ ରାଷ୍ଟ୍ରୀୟ
ଜ୍ଞାନ ଆୟୋଗ ର ଅଧ୍ୟକ୍ଷ ଶ୍ରୀ ଶାମ୍ ପିତ୍ରୋଦା ଏନ୍ ଟି ଏମ୍ ର ଡ୍ରାଫ୍ଟ ପ୍ରସ୍ତୁତ କରି ଲେଖିଲେ,
ଏହା ପରେ ମାନବ ସଂସାଧନ ବିକାଶ ମନ୍ତ୍ରାଳୟ ଦ୍ବାରା ବିସ୍ତୃତ ପ୍ରସ୍ତାବର ନିର୍ମାଣ କରାଗଲା.
|
|
|