ମୁଖବନ୍ଧ

ଭାରତରେ ଅନୁବାଦର ଏକ ଘଟଣାବହୁଳ ଇତିହାସ ଅଛି. ପ୍ରଥମ ଅନୁବାଦଗୁଡିକ ସଂସ୍କୃତ, ପ୍ରାକୃତ,ପାଲି ମଧ୍ୟରେ ଏବଂ ସେବେଳର ପରିଦୃଷ୍ଟମାନ ଆଂଚଳିକ ଭାଷାଗୁଡିକମଧ୍ୟରେ , ସମଭାଷାଗୁଡିକ ମଧ୍ୟରେ ଏବଂ ଆରବୀୟ,ପାର୍ସୀ ମଧ୍ୟରେ ହୋଇଥିବାର ଜଣାପଡେ.ଅଷ୍ଚମ ଏବଂ ଉଣେଇଶ ଶତାବ୍ଦୀରେ ଭାରତୀୟ କଥା ସାହିତ୍ୟ ଏବଂ ଜ୍ଞାନସମ୍ବଳୀତ ପାଠ୍ୟ ଯଥା ପଂଚତଂତ୍ର,ଅଷ୍ଚାଂଗହୃଦୟ,ଅର୍ଥଶାସ୍ତ୍ର,ହିତୋପଦେଶ,ଯୋଗସୂତ୍ର,ରାମାୟଣ,ମହାଭାରତ, ଭଗବତ୍ ଗୀତା, ଆରବୀୟ ଭାଷାକୁ ଅନୁବାଦ ହୋଇଥିଲା;ପାର୍ସୀ ଏବଂ ଭାରତୀୟ ପାଠ୍ୟ ଗୁଡିକ ଭିତରେ ପ୍ରବଳ ମାତ୍ରାରେ ବିନିମୟ ମଧ୍ୟ ହୋଇଥିଲା.ଭକ୍ତିଯୁଗରେ ସଂସ୍କୃତ ପାଠ୍ୟଗୁଡିକ ବିଶେଷତଃ ଭଗବତ୍ ଗୀତା ଏବଂ ଉପନିଷଦଗୁଡିକ ଅନ୍ୟ ଭାରତୀୟଭାଷାଗୁଡିକର ସଂସ୍ପର୍ଶରେ ଆସିଥିଲା..ଯେଉଁ ସମୟରେ ମହାନ୍ ଭାଷାଗତପାଠ୍ୟ ଯେପରି ଜ୍ଞାନେଶ୍ୱରୀ(ମରାଠୀକବି ଜ୍ଞାନେଶ୍ୱରଂକ ଦ୍ୱାରା ଗୀତା ଅନୁବାଦ) ଏବଂ ରାମାୟଣ ଓ ମହାଭାରତପରି ମହାକାବ୍ୟଗୁଡିକର ଅନୁବାଦ ବିଶେଷତଃ ବିଭିନ୍ନଭାଷାର ସନ୍ୟାସୀକବିଂକ ଦ୍ୱାରା ହୋଇଥିଲା.ଉଦାହରଣଭାବରେ ଜଣେ ମୋଲ୍ଲା,ତୁଳସୀଦାସ୍,ପ୍ରେମାନନ୍ଦ,ଏକନାଥ,ବଳରାମ ଦାସ,ପମ୍ପା,କମ୍ବର,ମାଧବ,କନ୍ଦଲି,କ୍ରିତ୍ତିବାସ ଇତ୍ୟାଦିଂକର ରାମାୟଣର ବିଭିନ୍ନ ସଂସ୍କରଣକୁ ଅନୁଧ୍ୟାନ କରିପାରେ.

ଔପନିବେଶିକ ସମୟରେ ୟୁରୋପୀୟ ଏବଂ ଭାରତୀୟଭାଷାଗୁଡିକମଧ୍ୟରେ ବିଶେଷତଃ ସଂସ୍କୃତରେ ଅନୁବାଦ କ୍ଷେତ୍ରରେ ହଠାତ୍ ବୃଦ୍ଧି ହୋଇଥିଲା.ଯେତେବେଳେ ଜର୍ମାନୀ,ଫରାସୀ,ଇଟାଲୀ,ସ୍ପେନିଶ୍, ଏବଂ ଭାରତୀୟ ଭାଷାଗୁଡିକମଧ୍ୟରେ ବିନିମୟ ହେଉଥିଲା, ଇଂରାଜୀ ତାର ଆଧିପତ୍ୟପାଇଁ ବିଶେଷ ଅଧିକାର ପ୍ରାପ୍ତ ହୋଇଥିଲା କାହିଁକିନା ତାହା ଔପନିବେଶିକ ଅଧିପତିମାନଂକଦ୍ୱାରା ବ୍ୟବହୃତ ହେଉଥିଲା.ବ୍ରିଟିଶ୍ ର ଇଂରାଜୀକୁ ଅନୁବାଦଧାରା ଉଇଲିୟମ୍ ଜୋନ୍ ଙ୍କର କାଲିଦାସଙ୍କ ଅଭିଜ୍ଞାନଶାକୁନ୍ତଳମ୍ ର ଅନୁବାଦରେ ହିଁ ଚରମସୀମାରେ ପହଂଚିଥିଲା.ଶାକୁନ୍ତଳମ୍ ବର୍ତମାନ ଭାରତର ସାଂସ୍କୃତିକମର୍ଯ୍ୟାଦାର ସ୍ମୃତି ବହନ କରିଛି ଏବଂଭାରତୀୟଚେତନାରେଅନେକଗୁଡିଏ ପ୍ରଥମପାଠ୍ୟଭିତରୁ ଗୋଟିଏ ହୋଇଛି.ଉଣେଇଶ ଶତାବ୍ଦୀରେ ଦଶରୁ ଉର୍ଦ୍ଧ୍ୱ ଭାରତୀୟଭାଷାଗୁଡିକୁ କିପରି ଅନୁବାଦିତ ହେଲା ଏହା ବର୍ଣ୍ଣନା କରେ. ଅନୁବାଦରେ ବ୍ରିଟିଶମାନଙ୍କ ପ୍ରଚେଷ୍ଚା ପ୍ରାଚ୍ୟଦେଶୀୟ ଧାରଣାବାଦ ଦ୍ୱାରା ନିର୍ଦ୍ଧାରିତ ହୋଇଥିଲା. ସେମାନେ ସେମାନଂକର ଭାରତୀୟ ସଂସ୍କରଣ ସୃଷ୍ଟି କଲେ ଯେତେବେଳେ ପାଠ୍ୟଗୁଡିକର ଇଂରାଜୀ ଅନୁବାଦ କରୁଥିବା ଭାରତୀୟ ଅନୁବାଦକମାନେ ବିସ୍ତାରତାପାଇଁ , ନିର୍ଭୁଳତା ଏବଂ ସଠିକତାପାଇଁ, ପୁନଃସଂଶୋଧନପାଇଁ ଅନ୍ୱେଷଣ କରୁଥିଲେ ଏବଂ ବେଳେବେଳେ ବ୍ରିଟିଶ୍ ଚିନ୍ତାଧାରାକୁ ଚେଲେଞ୍ କରୁଥିଲେ, ଯଦିଓ ସଂପୂର୍ଣ୍ଣ ବିବାଦଟା ପ୍ରାଚୀନପାଠ୍ୟଗୁଡିକୁନେଇ ଘଟିଥିଲା,ସାଂମ୍ପ୍ରତିକ ପାଠ୍ୟକୁ ନେଇ ନୁହେଁ . ଭାରତୀୟ ପଣ୍ଡିତମାନଂକଦ୍ୱାରା ଭାରତୀୟପାଠ୍ୟଗୁଡିକର ଇଂରାଜୀଅନୁବାଦପାଇଁ ରାଜାରାମମୋହନ ରାୟଙ୍କ ଶଂକରଂକବେଦାନ୍ତ,କେଣ,ଏବଂଇଶାଭାଷ୍ୟ ଉପନିଷଦଗୁଡିକର ଇଂରାଜୀ ଅନୁବାଦ ଥିଲା ପ୍ରଥମ ଭାରତୀୟ ପଦକ୍ଷେପ.ଏହାରି ପରେ ଆର୍.ସି ଦତ୍ତଙ୍କ ଦ୍ୱାରା ଋକ୍ ବେଦ,ରାମାୟଣ,ଉପନିଷଦ ଏବଂ ସଂସ୍କୃତନାଟକଗୁଡିକର ଅନୁବାଦ ହୋଇଥିଲା.ବିନୀତ ଏବଂ ଆଳସ୍ୟପରାୟଣଭାବେ ଭାରତୀୟମାନଂକର ରୋମାଣ୍ଟିକ ଏବଂ ବ୍ୟବହାରିକ ଧାରଣାକୁ ଚେଲେଞ୍ କରିବା ଥିଲା ଏସବୁ ଅନୁବାଦଗୁଡିକର ଲକ୍ଷ୍ୟ.ଏହାପରେ ଦିନବନ୍ଧୁ ମିତ୍ର, ଅରୋବିନ୍ଦ, ଏବଂ ରବିନ୍ଦ୍ରନାଥ ଠାକୁରଙ୍କର ଅନୁବାଦର ବନ୍ୟା ପ୍ରବାହିତ ହେବାକୁ ଲାଗିଲା.ଏହି ସମୟରେ ହିଁ ଭାରତୀୟଭାଷାଗୁଡିକଭିତରେ ଅନୁବାଦ ଆରମ୍ଭ ହେଲା,ଯଦିଓ ସୀମିତଭାବରେ.

ସେ ଯାହାବି ହେଉ, ବାସ୍ତବତା ଏହିକିଯେ ଭାରତର ସଂଖ୍ୟାଗରିଷ୍ଠ ଶିକ୍ଷିତସମାଜପାଇଁ ମଧ୍ୟ ଇଂରାଜୀ ସହଜଗମ୍ୟ ନୁହେଁ.ଭାରତୀୟ ଭାଷାଗୁଡିକରେ ମହାନ୍ ସାହିତ୍ୟ ଆଧାରିତ ଏବଂ ଜ୍ଞାନସମ୍ବଳିତ ପାଠ୍ୟଗୁଡିକର ଅନୁବାଦଦ୍ୱାରା ହିଁ ଏମାନଙ୍କର ପ୍ରକୃତ ସଶକ୍ତିକରଣ ସମ୍ଭବପର.ଅନୁବାଦଉପରେ ଗାନ୍ଧୀଙ୍କର ମତ ଏଠି ପ୍ରସଙ୍ଗୋଚିତ :-“ଇଂରାଜୀକୁ ମୁଁ ଆନ୍ତର୍ଜାତିକ ବ୍ୟବସାୟ ଓ ବାଣିଜ୍ୟର ଭାଷାରୂପେ ଗଣନା କରେ. ଏବଂ ସେଥିପାଇଁ ଏହା ଜରୁରୀ ଯେ କିଛିଲୋକ ଇଂରାଜୀ ଶିଖନ୍ତି……. ଏବଂ ଯେଉଁମାନେ ଇଂରାଜୀରେ ନିପୁଣ ତାଙ୍କୁ ଉତ୍ସାହିତ କରେ ଏବଂ ଆଶାକରେଁ ସେମାନେ ଭାରତୀୟ ଭାଷାଗୁଡିକରେ ଇଂରାଜୀର ମହାନ୍ କୃତିଗୁଡିକୁ ଅନୁବାଦ କରନ୍ତୁ...” ସେ ଏହାମଧ୍ୟ ଅନୁଭବ କରିଥିଲେ ଯେ ଇଂରାଜୀ ଶିକ୍ଷାର ମାଧ୍ୟମ ରୂପେ ଭାରତୀୟ ଭାଷାଗୁଡିକର ଅଭିବୃଦ୍ଧିରେ ବାଧା ଆଣିପାରେ.

ଏଲ୍. ଏମ୍. ଖୁବ୍ ଚନ୍ଦାନି କହନ୍ତି ଯେ ପ୍ରାକ୍-ଔପନିବେଶିକ ଭାରତରେ ଶିକ୍ଷାବ୍ୟବସ୍ଥା(ପାଠଶାଳାଗୁଡିକୁ ଏବଂ ମକତାବଗୁଡିକୁ ଅନ୍ତର୍ଭୁକ୍ତ କରି)ବିଦ୍ୟାଳୟ ଶିକ୍ଷାକୁ ପ୍ରାଥମିକ ସାମାଜିକୀକରଣର ଏକ ବିସ୍ତାର ରୂପେ ଗ୍ରହଣ କରିଥିଲା ଏବଂ ଭାଷାବୈଜ୍ଞାନିକ ଦକ୍ଷତାଗୁଡିକର କ୍ରମପର୍ଯ୍ୟାୟ ତିଆରି କରିଥିଲା ଯାହା ପରସ୍ପର ବୋଧଗମ୍ୟ ଉପଭାଷାରୁ ଆରମ୍ଭକରି ପାଣ୍ଡିତ୍ୟପୂର୍ଣ ଶୈଳୀ ର ଏକ ଶୃଙ୍ଖଳା ର ଅଗ୍ରଗତିକୁ ଉତ୍ସାହିତ କରିଥିଲା.ଅନେକଗୁଡିଏ ବ୍ୟବହାରମୂଖୀ ଭାଷା ଏବଂ ଲିପି ଶିକ୍ଷାର୍ଥୀକୁ ଗୋଟିଏ ଉଚ୍ଚ ଏବଂ ପ୍ରବହମାନ ଗଚ୍ଛିତଭାଷାବୈଜ୍ଞାନିକକୌଶଳଯୋଗାଇଦେଇଥିଲା.ଭାରତର ଗତାନୁଗତିକ ଭାଷାବୈଜ୍ଞାନିକ ବିବିଧତାରେ ଅସନ୍ତୁଷ୍ଟହୋଇ ଔପନିବେଶିକ ଶାସକମାନେ ଭାରତୀୟ ଶିକ୍ଷାକୁ ଏକ ଐକ୍ୟବାଦୀ ସମାଧାନଦେଇ ଇଂରାଜୀ ଏବଂ ଭାରତୀୟଭାଷାଗୁଡିକ ମଧ୍ୟରେ ବିରୋଧ ସୃଷ୍ଟି କରୁଥିଲେ ....ମାକାଉଲେଙ୍କ ଭାରତୀୟ ଶିକ୍ଷା ଉପରେ ମିନିଟ୍(1835) ଏବଂ ତାଙ୍କ ପୂର୍ବପୁରୁଷମାନେ ଭାରତୀୟ ଭାଷାଗୁଡିକୁ ଉପେକ୍ଷା କରିଥିଲେ.ପରବର୍ତ୍ତୀ ଔପନିବେଶିକ ସମୟରେ ମାତୃଭାଷାଗୁଡିକୁ ଶିକ୍ଷାର ବ୍ୟବହାର କରିବାପାଇଁ ଗୁରୁତ୍ୱ ବୃଦ୍ଧି ପାଇଥିଲା ଏବଂ ୟୁନେସ୍କୋର ସୁପାରିଶ୍ ଯେ ଗୋଟିଏ ଶିଶୁ ମନୋବୈଜ୍ଞାନିକ ସ୍ତରରେ ସାମାଜିକସ୍ତରରେ ଏବଂ ଶୈକ୍ଷିକସ୍ତରରେ ନିଜ ମାତୃଭାଷାକୁ ସହଜଭାବରେ ଏବଂ ଶୀଘ୍ର ଶିଖିପାରେ , ଏହି ଉକ୍ତିକୁ ବହୁଭାଷାଯୋଜନା କର୍ତ୍ତୃପକ୍ଷ ଗ୍ରହଣ କରିଥିଲେ.

ତେଣୁ ସମାଜରେ ପ୍ରତିନିଧିତ୍ୱ କରୁଥିବା ବିଭିନ୍ନ ଭାଷାଗୁଡିକ ପାଇଁ ଆମ ସମାଜରେ ଏବଂ ବିଦ୍ୟାଳୟଗୁଡିକରେ ପରିସର ସୃଷ୍ଟି କରିବା ଦରକାର.ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଶିକ୍ଷକ ଏବଂଛାତ୍ରମାନଙ୍କ ହାତରେ ଜ୍ଞାନସମ୍ବଳିତ ଓ ସାହିତ୍ୟପାଠ୍ୟଗୁଡିକର ଅନୁବାଦ ପ୍ରଚୁର ପରିମାଣରେ ଉପଲଭ୍ୟ ହେବ. ...ପାଶ୍ଚାତ୍ୟର ବହୁପରିଚିତ ଦାନୀଭାଷାଗୁଡିକରୁ ଜ୍ଞାନସମ୍ବଳିତ ପାଠ୍ୟ ଆଣିବା ଅପେକ୍ଷା ଗୋଟିଏ ଭାରତୀୟଭାଷାରୁ ଅନ୍ୟ ଭାରତୀୟଭାଷାକୁ ସମାନ୍ତରାଳ ଅନୁବାଦଦ୍ୱାରା ପାଠ୍ୟଗୁଡିକୁ ଅନୁବାଦ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ(ସିଂ 1990).

ଏହା ଆମ ଦୃଢ ବିଶ୍ୱାସ ଯେ ଭାରତର ସାଧାରଣ ଜନତା ପାଖରେ ଏହି ଜ୍ଞାନ ଉପଲଭ୍ୟ ହେବ ଯେଉଁମାନେ ନିଜ ମାତୃଭାଷାରେ ଉଚ୍ଚଜ୍ଞାନ ପାଇବାପାଇଁ ଉତ୍ସୁକ. ଏହାହିଁ ଅଟେ ମୂଳଧାରଣା ଯେଉଁଠୁ ରାଷ୍ଟ୍ରୀୟ ଅନୁବାଦମିଶନ୍ ର ଧାରଣା ଜନ୍ମଲାଭ କରିଛି.