ଉଦ୍ଦିଷ୍ଟ ଉପକୃତ ବ୍ୟକ୍ତିଗଣ

ମିଶନ୍ ପାଇଁ ଅନେକ ଇପ୍ସିତ ଉପଭୋକ୍ତା ଅଛନ୍ତି,କିନ୍ତୁ ସବୁଠୁ ପ୍ରଥମେ ସମାଜରେ ଥିବା ନିମ୍ନବର୍ଗର ଦୁର୍ବଳ ଛାତ୍ରଛାତ୍ରୀଗଣ ଯେଉଁମାନେ ବଂଚିତ ଏବଂ ଯେଉଁମାନଙ୍କର ବୈଜ୍ଞାନିକ ଏବଂ ପ୍ରାଦ୍ୟୋଗିକ ଜ୍ଞାନ ପ୍ରତି ସୁଗମ୍ୟତା କମ୍ ଅଛି କାରଣ ସେଗୁଡିକ ପ୍ରାୟ ଇଂରାଜୀରେ ଉପଲବ୍ଧ. ମିଶନ୍ ତାହାରି ପ୍ରକୃତ ଲକ୍ଷ୍ୟ ସେତେବେଳେ ହାସଲ୍ କରିବ ଯେତେବେଳେ ବିଭିନ୍ନ ବିଭାଗରୁ ଅନୁବାଦିତ ପାଠ୍ୟଗୁଡିକ ଏହି ସମାଜର ଉପାନ୍ତବର୍ତ୍ତୀ ଜ୍ଞାନ ଅନ୍ୱେଷଣକାରୀମାନଙ୍କ ପାଖକୁ ପହଂଚିବ.

ପୁଣିମଧ୍ୟ ପହଂଚିବାର ପ୍ରକ୍ରିୟାରେ ସମାନାନ୍ତର ଲାଭ ବିଭିନ୍ନ ଦଳଗୁଡିକୁ ମିଳିବ,ଯେପରି
୧. ସାହିତ୍ୟିକ ଏବଂ ଜ୍ଞାନସମ୍ବଳିତ ପାଠ୍ୟଗୁଡିକୁ ନିଜଭାଷାରେ ପଢିବାକୁ ବ୍ୟଗ୍ରଥିବା ସାଧାରଣ ଜନତା,.
୨. ଅଧିକସଂଖ୍ୟାରେ ନିଯୁକ୍ତ ଏବଂ ଉପଯୁକ୍ତ ପାରିତୋଷିକ ପାଉଥିବା ଅନୁବାଦକମାନେ.
୩. ବିଭିନ୍ନଭାଷାଗୁଡିକର ନୂଆଁ ଏବଂ ରୁଚିକର ବହିଗୁଡିକର ଅନୁସନ୍ଧାନରେ ଥିବା ପ୍ରକାଶକମାନେ,.
୪. ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଗୁଡିକରେ ଶିକ୍ଷାଦାନ କରୁଥିବା ଶିକ୍ଷକଗଣ.
୫. ଅନୌପଚାରିକ ଶିକ୍ଷାରେ ନିଯୁକ୍ତ ସ୍ୱୟଂସେବକମାନେ,
୬. ଜନସ୍ୱାସ୍ଥ୍ୟ, ନାଗରିକ ଅଧିକାର, ପରିବେଶ, ବିଜ୍ଞାନର ଜନପ୍ରିୟକରଣ ଇତ୍ୟାଦି ଉପରେ କାମ କରୁଥିବା ବେସରକାରୀ ସଂସ୍ଥା.
୭. ମୌଖିକ ଅନୁବାଦକମାନଙ୍କର ଅନୁସନ୍ଧାନରେ ଥିବା ସଂସ୍ଥାଗୁଡିକ.
୮. ପର୍ଯ୍ୟଟକ ଏବଂ ବିଦେଶୀ ବିଦ୍ୱାନ ଯେଉଁମାନେ ଭାଷାନ୍ତରକରଣ ଦରକାର କରନ୍ତ.
୯. ଚଳଚ୍ଚିତ୍ର ନିର୍ମାତା ଏବଂପ୍ରଚାରକ ଯେଉଁମାନେ ଚଳଚ୍ଚିତ୍ର ର ଉପନାମକରଣ କରିବାକୁ ବ୍ୟଗ୍ର.
୧୦. ରେଡିଓ ଏବଂ ଦୂରଦର୍ଶନ କାର୍ଯ୍ୟକ୍ରମର ନିର୍ମାତାଗଣ ଯେଉଁମାନେ ବିଭିନ୍ନ ଭାଷାରେ ନିଜ କାର୍ଯ୍ୟକ୍ରମର ପ୍ରସାରଣ କରିବାକୁ ଚାହଁନ୍ତି.
୧୧. ଅନୁବାଦ ପ୍ରଶିକ୍ଷାର୍ଥୀଗଣ
୧୨. ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ସଂସ୍ଥାର ଅନୁବାଦ ବିଭାଗଗୁଡିକ.
୧୩. ଅନୁବାଦସହ ସମ୍ବନ୍ଧିତ ବିଭିନ୍ନ କ୍ଷେତ୍ରର ଗବେଷକଗଣ.
୧୪. ଅନୁବାଦପାଇଁ ସପ୍ଟୱେର୍ ନିର୍ମାଣକର୍ତା.
୧୫. ତୁଳନାତ୍ମକ ସାହିତ୍ୟର ବିଦ୍ୱାନଗଣ.

ଉକ୍ତୃଷ୍ଟ ଅନୁବାଦ ଶିଳ୍ପ ଆରମ୍ଭ କରିବାକୁ ଅନୁବାଦକମାନଙ୍କ ପାଇଁ ଥିବା ଜାତୀୟ ରେଜିଷ୍ଟରକୁ ବଢାଇବାକୁ ପ୍ରସ୍ତାବ ଦିଆଯାଏ ଯାହା ଅନୁକୃତି ୱେବ୍ ସାଇଟ୍ ରେ ସ୍ଥାନ ପାଇଛି ଏବଂ ସାହିତ୍ୟ ଏକାଡେମୀ ଦ୍ୱାରା ଆଗରେ ଛପା ହୋଇଅଛି.ଏହା ସହ ସମସ୍ତ ଅନୁବାଦ ସଂଗଠନଗୁଡିକୁ ତଥା ବେସରକାରୀ ପ୍ରକାଶନ ସଂସ୍ଥାମାନଙ୍କଠୁଁ ଅନୁବାଦକମାନଙ୍କ ସମୂହକୁ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଅଛି.ବୃତ୍ତିମୂଳକଭାବେ ଏସବୁ କାର୍ଯ୍ୟର ପରିଚାଳନା ହେବ ଏବଂ ସରକାରୀ ଓ ଅନ୍ୟ ସଂସ୍ଥାମାନଙ୍କୁ ସେବାର ଯୋଗାଣ କରାଯିବ ଯାହା ନିର୍ଦ୍ଦିଷ୍ଟ କେତେ ପାଠ୍ୟର ଶୀଘ୍ର ସମୟ ସୀମା ଭିତରେ ଅନୁବାଦ ଦରକାର କରେ.ଏହାଛଡା ଅନୁବାଦ ମେଳାର ଆୟୋଜନ ଏବଂ ପେସାଦାର ଅନୁବାଦକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ଯାହା ଉପଯୁକ୍ତ ମାନବଶକ୍ତିର ଉତ୍ପତ୍ତି ଏବଂ ପରିଚୟ ପାଇଁ ସାହାଯ୍ୟ କରିବ.ଆମେ ଆଶାକରୁଁ ଯେ ଏହି ଦୃଷ୍ଟିକୋଣ ଗୋଟିଏ ବୃହତ୍ ଅନୁବାଦ ଉଦ୍ୟୋଗର କାରଣ ହେବ.

ଜନସାଧାରଣଙ୍କ ପାଇଁ ସର୍ବାଧିକ ସାହାଯ୍ୟ କରିବାକୁ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗବେଷଣାକରୁଥିବା ଅନୁଷ୍ଠାନମାନଙ୍କର ଚାହିଦାକୁ ପୁରଣ କରିବାକୁ ଯେହେତୁ ଜ୍ଞାନସମ୍ବଳିତ ପାଠ୍ୟଗୁଡିକର ଦରକାର ହେବ, ଛପା ହୋଇଥିବା ବହିଗୁଡିକର ଦରକୁ ସୁଲଭ କରାଯିବ କିନ୍ତୁ ସେମାନଙ୍କ ପାଇଁ ଯେଉଁମାନେ ଅନୁବାଦକୁ ଭଲ ପାଆନ୍ତି.ଏହିଭଳି ସବୁ ପାଠ୍ୟଗୁଡିକର ଏକ ୱେବ୍ ସାଇଟ୍ ବିନାମୂଲ୍ୟରେ ଇ ବୁକ୍ ପରି ଏନ୍.ଟି.ଏମ୍ ସାଇଟ୍ ରେ ଉପଲଭ୍ୟ ହେବ ଯାହା ଏନ୍.ଟି.ଏମ୍ ଦ୍ୱାରା ପରିଚାଳିତ ହେବ. କେବଳ ବ୍ୟବହାରକାରୀମାନଙ୍କର ଏକ ରେଜିଷ୍ଟର ଚାଲୁ କରାଯିବ ଯେଉଁଥିରେ ଅନ୍ତିମ ବ୍ୟବହାରକାରୀମାନଙ୍କର ରେକର୍ଡ ରହିବ.ଏହାଦ୍ୱାରା ଆମେ ତାଙ୍କ ପ୍ରତିପୁଷ୍ଟି ପାଇବାକୁ ଯୋଗ୍ୟ ହେବୁ.ଅନ୍ତତଃ ତିଆରି କରାଯାଇଥିବା ଅନୁବାଦ ଉପକରଣ ଯଥା ଶବ୍ଦକୋଷ,ଥେସୌରି,ୱାର୍ଡଫାଇନ୍ଡର୍ସ, ଶବ୍ଦାନୁକ୍ରମଣିକା,ବ୍ୟୁତ୍ପତ୍ତିବିଷୟକ ଶବ୍ଦକୋଷ,ଦୃଶ୍ୟ ଏବଂ ଶ୍ରାବ୍ୟ ଶବ୍ଦକୋଷ ଇତ୍ୟାଦି ଉପଲବ୍ଧ କରାଯିବ ଏବଂ ଏକ ଖୋଲାସ୍ରୋତର ପ୍ୟାକେଜ୍ ରୂପରେ ଅଦ୍ୟତନ କରାଯିବ.ଏନ୍.ଟି.ଏମ୍ ଅଙ୍କୀୟ ଶବ୍ଦକୋଷ, ଏବଂ ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ଭାଷା ମଧ୍ୟରେ ସଂଯୁକ୍ତ ଅନୁବାଦର ସଫ୍ଟୱେର୍ ର ନିର୍ମାଣକୁ ପ୍ରାଥମିକତା ଦେବ.ଯଦିଓ ଆଇ.ଆଇ.ଟି,ଟିଆଇଏଫ୍ ଆର,ବିଶ୍ୱବିଦ୍ୟାଳୟ,ଆଇଆଇଏସ୍ ସି ଆଦି ଅନେକ ବଡବଡ ସଫ୍ଟୱେରର ଅନୁଷ୍ଠାନଗୁଡିକ ଯନ୍ତ୍ର ଅନୁବାଦର ସମସ୍ୟା ଉପରେ କାମ କରି ଆସୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ଉଚ୍ଚମାନର ତ୍ରୁଟିହୀନ ଉପକରଣ ତିଆରି କରିବାକୁ ସକ୍ଷମ ହୋଇନାହାଁନ୍ତି.ସେଥିପାଇଁ ଏଇକ୍ଷେତ୍ରକୁ ଏନ୍.ଟି.ଏମ୍ ଭଲଭାବେ ସାବଧାନତାସହ ଦୃଷ୍ଚି ଦେବ.

ଏହି ପ୍ରସ୍ତାବଗୁଡିକରୁ କେତେ ପ୍ରସ୍ତାବ ଯଥା ଅଙ୍କୀୟ ଶବ୍ଦକୋଷ, ଏବଂ ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ଭାଷା ମଧ୍ୟରେ ସଂଯୁକ୍ତ ଅନୁବାଦର ସଫ୍ଟୱେର ଉପରେ ପ୍ରଥମେ ଦୃଷ୍ଟିଦିଆଯାଇ କାର୍ଯ୍ୟକାରୀ କରାଯିବ ଏବଂ ଅନ୍ୟକିଛି ଉପରେ ଯେମିତି ସ୍ୱୟଂନିୟନ୍ତ୍ରିତ ଉପକରଣ.